କଂଗ୍ରେସ ଦଳର ୨ଜଣ ବିଧାୟକ ଏରସମା ବ୍ଲକ ୪ନଂ ଜେନ୍ ଗସ୍ତ

ଏରସମା:ଏରସମା ବ୍ଲକ ୪ନଂ ଜେନ୍ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପିନାକୀ ନାରାୟଣ ଦାସଙ୍କ ନେତୃତ୍ବରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ୱାନ କ୍ରମେ ଓଡିଶା ବିଧାନସଭା କଂଗ୍ରେସର ୨ଜଣ ଯୁବ ବିଧାୟକ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ୍ ଗମାଙ୍ଗ ଓ ଭାବାନିପାଟଣା ବିଧାୟକ ଶ୍ରୀଯୁକ୍ତ ସାଗର ଚରଣ ଦାସ ଏରସମା ବ୍ଲକ ୪ନଂ ଜୋନ୍ ଗସ୍ତରେ ଆସି ପ୍ରଥମେ ଢ଼ିଙ୍କିଆ ପଞ୍ଚାୟତ ର ମା ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ମା,ଙ୍କୁ ଦର୍ଶନ କରି ସେଠାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନଙ୍କ ସହିତ ଏକ ସାଧାରଣ ବୈଠକ ଅନୁଷ୍ଠିତ କରି ବିସ୍ତାପିତ ହେଇଥିବା ଅଞ୍ଚଳର ବାସିନ୍ଦା କିପରି ନିଜର ଧାନ ,ପାନ,ମିନ ର ଶସ୍ୟସାମଳା ଜମିକୀ ହରାଇ କିପରି ଅସୁବିଧା ର ସମୁଖୀନ ହେଉଛି ସେ ସମ୍ପର୍କରେ ବିଧାୟକ ମାନଙ୍କ ସହିତ କଂଗ୍ରେସ ନେତା ମାନଙ୍କ ଆଗରେ ନିଜର ଦୁଖଃ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ର କରି ଗଡକୁଜଙ୍ଗ କୁଞ୍ଜବିହାରି ମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରି ବାଲିତୁଠ ଅଭିମୁଖେ ବାହାରି ଜିଲ୍ଲା ପରିଷଦଙ୍କ ବାସ ଭବନ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସଙ୍କ ସଭାପତିତ୍ୱରେ ଅତିଥି କଂଗ୍ରେସ ମାନ୍ୟବର ବିଧାୟକ ଭବାନୀପାଟଣା ସାଗର ଚରଣ ଦାସ,ଓ ଗୁଣପୁର ମାନ୍ୟବର ବିଧାୟକ ସତ୍ୟଜିତ୍ ଗମାଙ୍ଗ ମୁଖ୍ୟଅତିଥି ଭାବେ

ଯୋଗ ଦେଇଥିବା ବେଳେ ମୁଖ୍ୟବ୍ୟକ୍ତା ଜିଲ୍ଲା ସଭାପତି ନଟବର ବାରିକ,ସମ୍ମାନିତ ଅତିଥି ଭାବେ ବାଲିକୁଦା ଏରସମା କଂଗ୍ରେସ ନେତା ଇଁ ନଳିନୀ ସ୍ୱାଇଁ,ଯୋଗ ଦେଇ ଢ଼ିଙ୍କିଆ ଚିରିଦେଶରେ ଗଢି ଉଠୁଥିବା ଜେଏଡବ୍ଲୁ ପ୍ରକଳ୍ପ କିରି ସେମାନଙ୍କ ର ଜମି ନେଇ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ହରାରାଣ କରୁଛନ୍ତି ଜୀବନ ଜୀବିକା ବିପନ୍ନ ହେଇପଡିଛି।ବେକାରୀ ସଂଖ୍ୟା ବୃଦ୍ଧି ପାଇଛି।ଏ ସମ୍ପର୍କରେ ଆଗାମୀ ଦୀନରେ ଲଢେ଼ଇ ହେବ ସେମାନେ କିପରି ନ୍ୟାୟ ପାଇବେ ଡବଲ ଇଞ୍ଜିନି ସରକାର ସାଧାରଣ ଲେକମାନୁ ପ୍ରତାରଣା କରିଛି।ନିରିହ ଲୋକଙ୍କ ଉପରେ ପ୍ରଶାସନ ଓ ପୋଲିସ ଅମାନସିକ ଅତ୍ୟାଚାର କରିଛି ।ସେଥିପାଇଁ କଂଗ୍ରେସ ସାଧାରଣ ଗରିବ ଖଟିଖିଆ ଲେକମାନଙ୍କ ସହିତ ସୁଖ ଦୁଃଖରେ ଠିଆ ହେଇଛି ଆଗକୁ ମଧ୍ୟ ନ୍ୟାୟ ନମିଳିବା ଯାଏ ଲଢେ଼ଇ ଜାରିରହିବ ୧୮ ତାରିଖରେ ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରାଯାଇ ସରକାରଙ୍କୁ ଘୋରିବା ପାଇଁ ବିଧାୟକ ମାନେ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *