ରାଜ୍ୟ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଜାତୀୟ ଡାଟା ଆର୍କାଇଭ ଭିତ୍ତିକ ତଥ୍ୟ କାଟାଲଗିଂ ସଂପର୍କିତ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଜାତୀୟ ଡାଟା ଆର୍କାଇଭ ଭିତ୍ତିକ ତଥ୍ୟ କାଟାଲଗିଂ ସଂପର୍କିତ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତତଥ୍ୟ ପ୍ରସାରଣ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ଦକ୍ଷ କରିବା ପାଇଁ ନିରନ୍ତର ପ୍ରୟାସରାଜ୍ୟରେ ଏକ ସୁଦୃଢ଼ ଓ ପାରଦର୍ଶୀ ପରିସଂଖ୍ୟାନ ବ୍ୟବସ୍ଥା ଗଠନ କରିବା ଲକ୍ଷ୍ୟ ଭୁବନେଶ୍ୱର ତା- ୦୧.୧୧ .୨୦୨୫ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅନ୍ତର୍ଗତ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡ଼ିଶା ତରଫରୁ ଜାତୀୟ ଡାଟା ଆର୍କାଇଭ ଭିତ୍ତିକ ତଥ୍ୟ କାଟାଲଗିଂ( ଏନଏଡିଏ) ସଂପର୍କିତ ୨ ଦିନିଆ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ଏକାଡେମୀ,ଭୁବନେଶ୍ୱରଠାପେ ଅକ୍ଟୋବର ୩୦ -୩୧ ଦୁଇଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା, ରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ସଂସ୍ଥାଗତ କ୍ଷମତାକୁ ତଥ୍ୟ ସଂରକ୍ଷଣ, ଡକ୍ୟୁମେଣ୍ଟେସନ ଓ ପ୍ରସାରଣ କ୍ଷେତ୍ରରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ମେଟାଡାଟା ମାନଦଣ୍ଡ ସ୍ତରର କ୍ଷମତା ବୃଦ୍ଧି କରି ଶକ୍ତିଶାଳୀ କରିବା । ବିଶ୍ୱ ବ୍ୟାଙ୍କ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟ ଓଡିଶା ରାଜ୍ୟ କ୍ଷମତା ଓ ସହନଶୀଳ ବିକାଶ କାର୍ଯ୍ୟକ୍ରମ ( ଓଏସସିଆରଜିପି) ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାକୁ ଯାଉଛି, ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ଏକ ସୁଦୃଢ଼ ଓ ପାରଦର୍ଶୀ ପରିସଂଖ୍ୟାନ ବ୍ୟବସ୍ଥା ଗଠନ କରିବା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଟି. ଆଓ, ଆଇ.ଏ.ଏସ., ଉଦଘାଟନ କରି କହିଥିଲେ ଯେ, ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଓ ଗବେଷଣା ଆଧାରିତ ବିଶ୍ଳେଷଣ ପାଇଁ ପରିସଂଖ୍ୟାନ ତଥ୍ୟର ନିତାନ୍ତ ଆବଶ୍ୟକତା ରହିଛି । ସେ ରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ପରିସଂଖ୍ୟାନ ପ୍ରଣାଳୀକୁ ସୁଦୃଢ଼ କରିବାର ପ୍ରୟାସକୁ ପ୍ରଶଂସା କରିବା ସହିତ ଉଲ୍ଲେଖ କରିଥିଲେ ଯେ, କୃତ୍ରିମ ବୁଦ୍ଧିମତା ( ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ବିଶ୍ୱସନୀୟ, ପ୍ରମାଣିତ ସାଂଖିକ ତଥ୍ୟର ମୂଲ୍ୟ ଅପରିହାର୍ଯ୍ୟ ରହିଛି । ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରି କହିଥିଲେ ଯେ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ହେଉଛି ରାଜ୍ୟର ନୋଡାଲ ଏଜେନ୍ସି, ଯାହା ସର୍ବେକ୍ଷଣ, ଜନଗଣନା ଓ ଅନ୍ୟାନ୍ୟ ସାଂଖ୍ୟିକ କାର୍ଯ୍ୟକଳାପ ମାଧ୍ୟମରେ ସାଂଖ୍ୟିକ ତଥ୍ୟ ପ୍ରସ୍ତୁତ କରୁଛି । ତଥ୍ୟକୁ ଅଧିକ ମୂଲ୍ୟଯୁକ୍ତ କରିବା ପାଇଁ ତାହାକୁ ନୀତି ନିର୍ଦ୍ଧାରକ, ଗବେଷକ ଓ ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ପ୍ରସାରଣ କରିବାର ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟରେ ନିର୍ଦ୍ଦେଶାଳୟ ଦ୍ୱାରା ଡାଟା କାଟେଲଗିଂ ପାଇଁ ନ୍ୟାସନାଲ ଡାଟା ଆର୍କାଇଭ(ନାଡା) ପ୍ରଣାଳୀ ପ୍ରୟୋଗ କରାଯାଉଛି , ଯାହା ମାଧ୍ୟମରେ ତଥ୍ୟ ଓ ସର୍ବେକ୍ଷଣ ସମ୍ବନ୍ଧୀୟ ଡକ୍ୟୁମେଣ୍ଟଗୁଡ଼ିକୁ ସହଜରେ ଉପଲବ୍ଧ ହୋଇପାରିବ ଓ ବ୍ୟବହାରକାରୀମାନେ ସୁବିଧାରେ ଡାଉନଲୋଡ୍ କରିପାରିବେ ଏବଂ ବିଶ୍ଳେଷଣ ସହ ଅନୁଶୀଳନ କରିପାରିବେ । ଏହା ମାଧ୍ୟମରେ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ହୋଇଥିବା ସେ ପ୍ରକାଶ କରିଥିଲେ । ପ୍ରଶିକ୍ଷଣର ଅଧିବେଶନଗୁଡ଼ିକ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପରିସଂଖ୍ୟାନ ସୂଚନା ବ୍ୟବସ୍ଥା ବିଶେଷଜ୍ଞ ଶ୍ରୀ ସୋମନାଥ ଶମ୍ଭୁଦାସଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ, ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ , ଓଡିଶା ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତଥ୍ୟ ଉପଲବ୍ଧତା ପାଇଁ ସାଂଖ୍ୟିକ ତଥ୍ୟ ପ୍ରସାରଣ ପାଇଁ ତଥ୍ୟ ପ୍ରସାରଣ ନୀତି ( ଡାଟା ଡିସେମିନେସନ ପଲିସି) ଏବଂ ତାହାର କାର୍ଯ୍ୟ ନିଷ୍ପାଦନ ନିର୍ଦ୍ଦେଶିକା ପ୍ରକାଶ କରାଯାଇଛି । ଏହି ନୀତି ଅନୁସାରେ, ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ବିଭିନ୍ନ ଉପଯୋଗକର୍ତ୍ତାଙ୍କ ପାଖକୁ ସାଂଖ୍ୟିକ ତଥ୍ୟର ପ୍ରଭାବୀ ଓ ଦକ୍ଷ ପ୍ରସାରଣକୁ ସୁନିଶ୍ଚିତ କରିବାରେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *