୨ କ୍ଵିଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ ୨ ଗିରଫ ।
ଫୁଲବାଣୀ ୨୦/୦୨/୨୦୨୬ ବର୍ଷ ତମାମ କନ୍ଧମାଳ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଅଛି। ପୋଲିସ ଅବକାରୀ ବିଭାଗ ଯେତେ ଧରୁଛନ୍ତି ଆହୁରି ଅଧିକରୁ ଅଧିକ ଗଞ୍ଜେଇ ଚାଲାଣ ହେବାର ଲାଗିଛି । ଗଞ୍ଜେଇ ଚାଲାଣ ଜାରି ରହିଛି । ମାଫିଆ ମାନଙ୍କ ଠାରୁ ସରିଲା ଓ ନୂଆ ଅମଳ ମଧ୍ୟ ସରିଲା ଏବେ ଚାଲାନ ଋତୁ ଆସିଛି । ଏହାକୁ ଆଖି ଆଗରେ ରଖି ପୋଲିସ ଏହାର ସୁଯୋଗ ନେଇ ଗଞ୍ଜେଇ ମାଫିଆକୁ ମାଡିବସିବାକୁ ସଜାଗ ହୋଇ ରହିଛି । ଏହି ପରି ପ୍ରେଖିରେ ଆଜି ଏକ ବଡ଼ ଗଞ୍ଜେଇ ମାଫିଆକୁ ପୋଲିସ ଧରିବାର ସଫଳ ହଇଛି। ଖବରରୁ ପ୍ରକାଶ ଯେ, ଆଜି ଫୁଲବାଣୀ ଅଞ୍ଚଳରୁ ରାଜସ୍ଥାନ ଅଞ୍ଚଳକୁ ୧୨ ଗୋଟି ବସ୍ତା ରେ ଏକ ଟ୍ରକ ମାଧ୍ୟମରେ ୨ କ୍ଵିଣ୍ଟାଲ ୯୦ କେଜି ଗଞ୍ଜେଇ ର ମୂଲ୍ୟ ୧କୋଟି ପାଖପାଖି ହେବ ଗଞ୍ଜେଇ ଚାଲାଣ ହେବାକଥା ସଦର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏସଆଇ ସମ୍ବିଦ ବେହେରା, ଖବର ପାଇ ନିଜେ ଧରିବା ପାଇଁ ଗୋଡ଼େଇ ଥିବା ସହିତ ଟିକାବାଲି ଥାନା ଅଧିକାରୀ ଙ୍କୁ ଖବର ଦେଇଥିଲେ । ଉଭୟେ ସମ୍ବିଦ୍ ବେହେରା ଓ ଟିକାବାଲି ଥାନା ଅଧିକାରୀ ପ୍ରଞ। ରିତମ୍ବ୍ର କର ଙ୍କ ମିଲିତ ଉଦ୍ୟମରେ ଚ ଡାଉକରି ଚାଲାଣ ହେଉଥିବା ଗଞ୍ଜେଇ କୁ ଟିକାବାଲି ଥାନା ଅନ୍ତର୍ଗତ କୁଚୁଲାଗଡ ଠାରେ ପୋଲିସ ଧରିବାରେ ସଫଳ ହଇଛି । ଓ ଟ୍ରକ ରେ ଚାଳନା ହେଉଥିବା ଗଞ୍ଜେଇ ସହିତ ଟ୍ରକ୍ କୁ ଜବତ କରି ଦୁଇ ଜଣକୁ ଗିରଫ କରିଛି । ଗିରଫ ଦୁଇଜଣ ଅଭିଯୁକ୍ତ ରାଜସ୍ଥାନ ସୱାଇ ମଧାପୂର ଜିଲ୍ଲା ଅନ୍ତର୍ଗତ ବାମାଵାଦ ଥାନା ଅଞ୍ଚଳର ଅଭିଯୁକ୍ତ ରାଜେନ୍ଦ୍ର କୁମାର ମୀନ।(୨୮) ଓ ଟ୍ରକ୍ ଡ୍ରାଇଭର ପାଇଲଟ୍ ମୀନା (୩୦) ବୋଲି ପୋଲିସ ପ୍ରକାଶ କରିଛି ।
