ଜିରାଳରେ ଉତ୍ପାତ ମଚାଇ ବମ ଓ ଗୁଳି ଫୁଟାଇଥିବା ୨ ଯୁବକ ଗିରଫ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ଗ୍ରାମରେ ଗତ ଶନିବାର ବମ ପକାଇ ଗୁଳି ଫୁଟାଇଥିବା ୨ ଯୁବକ ଗିରଫ କଲା ପୋଲିସ।କାମାକ୍ଷାନଗର ଥାନାରେ ସାମ୍ବାଦିକ ସମିଳନିରେ ସୂଚନା ଦେଲା ପୋଲିସ।ସୂଚନା ଅନୁସାରେ ଜିରାଳ ଗ୍ରାମର ବିକି ଓରଫ ଲକ୍ଷ୍ମୀଧର ସାହୁ ଓ ଅଭିଜିତ ରାଉତ ଏକାଠି ହୋଇ ବମ ପିସ୍ତଲ ଧରି ସଂନ୍ଧ୍ୟାରେ ଲୋକଙ୍କୁ ଭୟଭିତ କରିବା ସହ ବମ ଫୁଟାଇଥିଲେ ।ପୁନଶ୍ଚ ରାତିରେ ଏହି ଦୁଇ ଜଣଙ୍କ ସହ ଅନ୍ୟ ୫ଜଣ ଦୂର୍ବୁତ୍ତଙ୍କ ସହ ମିଶି ଜିରାଳରେ ଥିବା ଏକ ହୋଟଲରେ ଦୁଇଟି ଗୁୁଳି ଫୁଠାଇ ଫେରାର ହୋଇଯାଇଥିଲେ।ଖବର ପାଇବା ପରେ ପୋଲିସ ୨ଟିମ ଗଠନ କରି ତଦନ୍ତ କରିଥିଲେ। ଏନେଇ କାମାକ୍ଷାନଗର ଥାନା କେସନଂ ୩୬/୨୪ ଦଫା ୩୯୫ ଓ ୨୫,୨୭ଆରମ୍ସ ଆକ୍ଟରେ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଜାରି ରଖିଛି।ସେମାନଙ୍କ ନିକଟରୁ ଗୋଟିଏ ବୁଲେଟ,ମୋବାଇଲ ଓ କିଛି ଟଙ୍କା ଜବତ କରିଛି।

Leave a Reply

Your email address will not be published. Required fields are marked *