ମାଛଗାଁକେନାଲ ରେ ୨୦ଫୁଟର ଘାଇ।ତରିକୁନ୍ଦ ନୂଆଦା ଠାରେ ୫୫ନଂ ଜାତୀୟ ରାଜପଥ ଉପରେ ୩ଫୁଟର ଉଚ୍ଚତାରେ ଲହଡିମାରୁଛି ପାଣି।

ତା ୩୦/୭-:ଜଗସଂହପୁରଜଳସେଚନ ବିଭାଗ ଅଧିନରେ ଥିବା ମାଛଗାଁ କେନାଲ ରେ ରଘୁନାଥପୁର ବ୍ଲକ ନୂଆଦା ତରିକୁନ୍ଦ ନିକଟରେ ବୁଧବାର କେନାଲ ବନ୍ଧଭାଙ୍ଗି ୨୦ଫୁଟର ଘାଇ ସୣଷ୍ଟିହୋଇଛି। ଫଳରେ ସଗତସିଂହପୁର ସଦର ମହକୁମାକୁ ସଂଯୋଗ କରୁଥିବା ୫୫ନଂ ଜାତୀୟରାଜପଥ ଉପରେ ୩ଫୁଟ ଉଚ୍ଚତାରେ ଲହଡିମାରୁଛି ପାଣି।ଯାହାକୁନେଇ ହଜାର ହଜାର ଲୋକଙ୍କ ଯାତୟାତରେ ବାଧାସୣଷ୍ଟିହୋଇଛି ଏବଂତରିକୁନ୍ଦ ବଜାର ରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ମେଡିକାଲ,ପଞ୍ଚାୟତ କାର୍ଯ୍ୟାଳୟରେ ପାଣିପଶିଯାଇଛି।ଜାତୀୟ ରାଜପଥ କଡରେ ଉଚ୍ଚଡ଼୍ରେନ ନିର୍ମାଣ ଯୋଗୁ ପାଣିସହଜରେ ରାଜପଥ ଉପରୁ ନିଷ୍କାସନ ହୋଇପାରୁ ନଥିବାରୁ ପରିସ୍ଥିତି କୁ ଆହୁରି ସଂଙ୍ଗୀନ କରିପକାଇଛି।ଘାଇକୁ ତୁରନ୍ତ ବନ୍ଦକରିବାପାଇଁ ଘଟଣା ସ୍ଥଳରେ ଜଗସିଂହପୁର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାଶ,ବାଲିଆ ଉପନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଜେନା,ସହକାରୀ ଯନ୍ତ୍ରୀ ଗୀତାଞଳୀ ସେଠୀ ଉପସ୍ଥିତରହି ମରାମତି କାର୍ଯ୍ୟ ରେ ତଦାରଖ କରୁଥିବାର ଦେଖିବାକୁ ମିଳିଛି।

ଆଇନ ସୣଙ୍ଖଳା ଦୣଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରଘୁନାଥପୁର ଅତିରିକ୍ତ ତହସିଲଦାର ତପନ କୁମାର ପରିଡାଙ୍କୁ ମାଜିଷ୍ଟେଭାବେ ନିୟୋଜିତ କରିଥିବାବେଳେ ତରିକୁନ୍ଦ ଫାଣ୍ଡି ଅଧିକାରୀ ଅନିଲ କୁମାର ସାହୁ ଉପସ୍ଥିତ ରହିଛନ୍ତି।ତେବେ ସ୍ଥାନୀୟ ଚାଷୀମାନଙ୍କ କହିବାକଥା ଗତ ୨ବର୍ଷପୂର୍ବେ ଏହି ଘାଇନିକଟରେ ଏକ ଘାଇସୣଷ୍ଟି ହୋଇ ଅନେକ ଧାନଫସଲ ନଷ୍ଟହୋଇଥିଲା।ପୁଣି ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ ଏଠାରେ ଘାଇହୋଇଛି।ଜଗତସିଂହପୁର ଜଳସେଚନ ବିଭାଗ ଏହିକେନାଲର ରକ୍ଷଣବେକ୍ଷଣ ରେ ଚରମ ଅବହେଳା ଓ ଅଧିକ ଅର୍ଥ ଲାଳସାରେ ଠିକାଦାର ଙ୍କ ପ୍ରତିକୋହଳ ମନଭାବ ପାଇଁ ପ୍ରତିବର୍ଷ କେଉଁଠି ନା କେଉଁଠି ବନ୍ଧଭାଙ୍ଗି ଚାଷଜମି ଜଳମଗ୍ନ ହେବାସହିତ ବ୍ୟାପକ ଧାନଫସଲ ନଷ୍ଟ ହେଉଛି।ଏଥିରେ ସରକାରଙ୍କ ମଧ୍ୟ ବିପୁଳ ରାଜସ୍ଵକ୍ଷତି ଘଟୁଛି ବୋଲି ଅଭିଯୋଗ ଉଠାଇ ଛନ୍ତି।ଏଥିପ୍ରତି ବିଭାଗୀୟ ଉଚ୍ଚପ୍ରଦସ୍ଥ ଅଧିକାରୀ ଓ ରାଜ୍ୟସରକାର ଦୣଷ୍ଟିଦେବାପାଇଁ ଅଞ୍ଚଳର ଚାଷୀଙ୍କ ମାନଙ୍କ ପକ୍ଷରୁଦାବୀ କରାଯାଇଛି।

Leave a Reply

Your email address will not be published. Required fields are marked *