୨୮ଟି ପଞ୍ଚାୟତ ର ୧୫୭ଟି ଗ୍ରାମ ପାଇଁ ୨ସହ ୧୪କୋଟି ବ୍ୟୟ ବରାଦ

୨୮ଟି ପଞ୍ଚାୟତ ର ୧୫୭ଟି ଗ୍ରାମ ପାଇଁ ୨ସହ ୧୪କୋଟି ବ୍ୟୟ ବରାଦ l ( ପାନୀୟ ଜଳକ୍ଷେତ୍ରରେ ଅବହେଳା କରୁଥିବା ଅଧିକାରୀ ଙ୍କୁ ତ୍ରାହି ନାହିଁ :- ଉପ ମୁଖ୍ୟମନ୍ତ୍ରୀ ) ଗୋପ ୨୮/୦୨/୨୫ ( ତୀର୍ଥ କ୍ଷେତ୍ର) ପୁରୀ ଜିଲ୍ଲାର ର ୩ଟି ବ୍ଲକ ର 28 ଟି ପଞ୍ଚାୟତ ର ୧୫୭ ଟି ଗ୍ରାମର ପାନୀୟ ଜଳର ସମସ୍ୟା ର ସମାଧାନ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପ ର ଉଦ୍ଘାଟିତ l ପଞ୍ଚାୟତରାଜ ଓ ପାନ ପାନୀୟ ଜଳ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ଶୁକ୍ରବାର ଦିନ ବନ୍ତୁଳିଗ୍ରାମ ଠାରେ ଉକ୍ତ ପ୍ରକଳ୍ପ ର ଶିଳାନ୍ୟାସ ଉପ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ କରକାମଳ ରେ ଅନୁଷ୍ଠାନି ଭାବେ ଉଦ୍ଘାଟିତ ହୋଇଯାଇଛି l ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକର ୧୨ଟା ପଞ୍ଚାୟତ ପାଇଁ ୬୭ଟି ଗ୍ରାମ, ଗୋପ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୮୪ଟି ଗ୍ରାମ । ଏବଂ ନିମାପଡା ବ୍ଲକର ଦୁଇଟି ପଞ୍ଚାୟତ ପାଇଁ ୬ଟି ଗ୍ରାମ ପାଇଁ ମେଗା ପାନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତ ପ୍ରସ୍ତର ସ୍ଥାପନ ହୋଇଛି l ପ୍ରକଳ୍ପ ର ମୂଲ୍ୟ – ୨୧୩,୯୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ତାହା ଆସନ୍ତା ୨୦୨୬ଶୁଦ୍ଧ ସମସ୍ତ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା l ୨୦୧୧ ଜନଗଣନା ଲୋକ ସଂଖ୍ୟା ଅନୁଯାୟୀ ୧୩୫୧୬୭ ଜଣ ଉପକୃତ ହେବେ l ଏହା ବିଗତ ଦୁଇ ଦଶନ୍ଧୀ ର ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଭାତୀ ପରିଡା ଙ୍କ ପ୍ରଚେଷ୍ଟା ଯୋଗୁଁ ଆଜି ସମସ୍ତ ପଞ୍ଚାୟତ ବାସୀଙ୍କ ମୁଖ ରେ ହସ ଫୁଟିପାରିଛି l ବିଗତ ଅନେକ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରି ନାନାଦି ରୋଗରେ ଅନେକ ବ୍ୟକ୍ତି ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା କଥା ସ୍ପଷ୍ଟ କରିଥିଲେ ଶ୍ରୀମତୀ ପରିଡା l ସମସ୍ତ ସୁଭଦ୍ରା ହିତାଧିକାରୀ ଓ ଲକ୍ଷପତି ଦିଦି ଏବଂ ପ୍ରତେକ ମା ମାନଙ୍କୁ ଅନେକ ଯୋଜନାରେ ସାମିଲି କରିବା ପାଇଁ ମୋହନ ସରକାର ଆଜି ସଂକଳ୍ପବଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଭାଷଣ ପ୍ରସଙ୍ଗ ସାଧାରଣ ଜନତା ଙ୍କୁ ଉଦବୋଧନ ଦେଇଥିଲେ l ପାନୀୟ ଜଳ ପାଇଁ ଲୋକ ଙ୍କୁ ରୁକ୍ଷ୍ୟ ବ୍ୟବହାର କରୁଥବା ଅଧିକାରୀ ଓ ଅଧିକାରିଣୀ ଙ୍କୁ ତ୍ରାହି ନାହିଁ ବୋଲି ଶ୍ରୀମତୀ ପରିଡା କହିଛନ୍ତି l କାର୍ଯ୍ୟ ରେ ଅବହେଳା ପ୍ରଦର୍ଶନ କରୁଥିବା ସରକାରୀ ଅଧିକାରୀ ଓ ଅଧିକାରିଣୀ ଙ୍କ ସମୟ ଆସିଛି ସୁଧୁରିଯାନ୍ତୁ ନଚେତ ଅନ୍ୟତ୍ର ବଦଳୀ ହେବାକୁ ପ୍ରସ୍ତୁତ ରୁହନ୍ତୁ l ଏମିତି ଅନେକ ପ୍ରକାର ର ଚେତାବନୀ ମଞ୍ଚରେ ସାଧାରଣ ଜନତା ଶୁଣିଥିଲେ l ଆଗାମୀ ବର୍ଷ ଠାରୁ କୌଣସି ବ୍ୟକ୍ତି ପାନୀୟ ଜଳ ପାଇଁ ଆଉ ଯେପରି ଡହକ ବିକଳ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଆବଶ୍ୟକୀୟତା ବନ୍ଦୋବସ୍ତ କରିଥିବା ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ l ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥୁ ଭାବେ ନିମାପଡା ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ସ୍ଥଳେ ସମ୍ମାନିତ ଅତିଥ୍‌ ଭାବେ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ l ଏଗାର ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ଗୋପ ବ୍ଲକ ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ ଗୋପ ମଣ୍ଡଳ ଯୁବମୋର୍ଚା ସଭାପତି ଶିବପ୍ରସାଦ ସ୍ୱାଇଁ ପ୍ରଭୁତି ଯୋଗ ଦେଇଥିବାବେଳେ ବିଭାଗୀୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀ ଏବଂ ଅଧିକାରିଣୀମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *