୨୦୧୭ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ।

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପର୍ଶୁରାମ ଜୀଉ ହାଇ ସ୍କୁଲ ବିଦ୍ୟାଳୟ, ତୁଳଙ୍ଗ ରେ ୨୦୧୭ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ବେଶ୍ ଆଡମ୍ବର ରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଏହି ବନ୍ଧୁମିଳନ ଉତ୍ସବ ରେ ପ୍ରଥମେ ଗୁରୁପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜିର ବନ୍ଧୁମିଳନ ସମ୍ପର୍କରେ ଆଲୋଚନା କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ତରି ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବନ୍ଧୁମିଳନ ଉତ୍ସବରେ ଶିକ୍ଷକ ନିତ୍ୟାନ୍ଦ କର ,ସୁଜାତା ନାୟକ, ରବି ନାରାୟଣ ସାହୁ, ପ୍ରଭାକର ମୁଦୁଲି, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ଜରିଆରେ ଛାତ୍ରଛାତ୍ରୀ ଙ୍କ ବନ୍ଧୁତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ଏହି ବନ୍ଧୁମିଳନ ଉତ୍ସବ କୁ ମୁଖ୍ୟ ମଞ୍ଚ ପରିଚାଳନା କରିଥିଲେ ଲିପ୍ତୀ ରଞ୍ଜନ ମଲ୍ଲ, ସାଗର ଦାସ ,ଅଭିଜିତ ଖଣ୍ଡୁଆଳ,ସଂଗ୍ରାମ ଦାସ,ବିଶ୍ୱଜିତ୍ ରାଉତ, ସତ୍ୟଜିତ ପାତ୍ର,ସୁଜନ ଦାସ, ଲୀଙ୍କି ଜେନା ,ମୋନାଲିସା ନାୟକ,ଲକ୍ଷ୍ମୀ ପ୍ରିୟା ମହାରଣା ଙ୍କ ସମେତ ୩୦ରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇଥିଲେ, ଶେଷରେ ଆଗାମୀ ଯୁଗର ପିଲା ମାନଂକୁ ବାର୍ତ୍ତା ଦେଇଥିଲେ ସମସ୍ତେ ଭଲ ମଣିଷ ହୁଅ ଗୁରୁଜନ ଓ ପିତା ମାତା କଥା ମାନି ଚାଲନ୍ତୁ ,ସଭା ପରିଶେଷରେ ଅର୍ପିତା ରାୟ,ପିନ୍ମଇ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲ। ଆଗାମୀ ଦିନରେ ଏହି ବନ୍ଧୁମିଳନ ଉତ୍ସବକୁ ଉଚ୍ଚ କୋଟିର କରିବାକୁ ଛାତ୍ରଛାତ୍ରୀ ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *