୨୦୨୫ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍
ଭୁବନେଶ୍ୱର୧୧ ଜୁନ୍, ୨୦୨୫ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଅର୍ଜନ କରି ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁରଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଅନିମେଶ କୁଜୁରଙ୍କୁ ୨.୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।ଅନିମେଶଙ୍କ ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନିମେଶଙ୍କ ସଫଳତା ଅନେକ କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ା ଜଗତରେ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ପ୍ରେରିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।
