ନବରଙ୍ଗପୁର ଜିଲ୍ଲାରେ ‘”ପିଏମ କିସାନ ” ଯୋଜନାରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ
ନବରଙ୍ଗପୁର ୧୯/୧୧(ବି,ପ୍ର)ଆଜି ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ପିଏମ କିସାନ୍’ ଯୋଜନା ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୧ତମ ସହାୟତା ଅର୍ଥବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ ଏବଂ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା!ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁର ଠାରୁ ସିଧା ପ୍ରସାରଣ ଆଭାସି ମାଧ୍ୟମରେଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତପନ କୁମାର ଖୁଣ୍ଟିଆ ଉପସ୍ଥିତ ହୋଇ କାର୍ଯ୍ୟଶୁଭାରମ୍ଭ କରିଥିଲେ।ସେମାନେ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇ, ପିଏମ-କିସାନ୍ ଯୋଜନା କୃଷକମାନଙ୍କ ଆର୍ଥିକ ସଶକ୍ତିକରଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଥିବା ବୋଲି ଉଲ୍ଲେଖ କରିଥିଲେ। ନବରଙ୍ଗପୁର,ନନ୍ଦାହାଣ୍ଡି ଓ ତେନ୍ତୁଳୀଖୁଣ୍ଟି ବ୍ଲକର ସର୍ବମୋଟ ୧୦୦ ଜଣ କୃଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ସେଭଳି ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ “ପିଏମ କିସାନ୍ ” ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ବଳଭଦ୍ର ମାଝି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କୃଷକ ମାନଙ୍କୁ ଏହି ଅର୍ଥ ସହାୟତା କୃଷିର ଉନ୍ନତିରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।ସାଂସଦ ଙ୍କ ସମେତ କୁଞ୍ଜ ବିହାରୀ ଦାସ,ବାସନ୍ତୀ ମାଝୀ,ରାମ ନାୟକ ଓ କୃଷି ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲାର ୧୦୪୦୯୩ ଜଣ କୃଷକ ମାନଙ୍କ ଜମା ଖାତାକୁ ୨୦୦୦ ଟଙ୍କା ହିସାବରେ ମୋଟ ୨୦ କୋଟି ୮୧ ଲକ୍ଷ ୮୬ ହଜାର ଟଙ୍କା ଆଜି ଜମା ହୋଇଛି।ଏହି ଅର୍ଥ ସହାୟତା ପାଇବା ଫଳରେ ଜିଲ୍ଲାର କୃଷକମାନେ ନୂତନ ଉତ୍ସାହ,ଆଶା ଓ ଏକ ସୁନ୍ଦର କୃଷି ଭବିଷ୍ୟତ ପାଇଁ ପ୍ରେରଣା ସହିତ ଚାଷକାମରେ ଲାଗିପାରିବ ବୋଲି ମତବ୍ୟକ୍ତ ହୋଇଛି।ମିଶନ ଶକ୍ତି ସମ୍ମିଳନୀ ଗୃହ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ଡି ଆଇ ପି ଆର୍ ଓ ମନୋଜ ବେହେରା,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ବେହେରା,ସମସ୍ତ ବ୍ଲକ୍ କୃଷି ଅଧିକାରୀ,ସହକାରୀ କୃଷି ଅଧିକାରୀ,କୃଷି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
