ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ ଙ୍କ 22ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ
Date- 07/09/25- ଜଗତସିଂହପୁର ଜିଲ୍ଲା ବସନ୍ତ କୁମାର ବିଶ୍ବାଳ ସ୍ମୃତି କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ ଙ୍କ 22ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ସଭାପତି ଅଦୈତ ଚରଣ ଙ୍କ ନେତୃତ୍ୱରେ ଜଗତସିଂହପୁର ର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୌତଧ୍ୟକ୍ଷା ଅର୍ଚ୍ଚନା ସିଂ, ପଂଚାୟତ ସମିତି ଅଧକ୍ଷା କନକପ୍ରଭା ଲେଙ୍କା ଯୁବ ନେତା ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ କଲେଜ ଛକ ନିକଟସ୍ଥ ଗଣେଶ ଘାଟ ଠାରେ ତିଳତର୍ପଣ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସ୍ବର୍ଗତ ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ସ୍ମୃତି ସଭାରେ ଅତିଥିମାନେ ଯୋଗ ଦେଇ ସ୍ବର୍ଗତ ବିଶ୍ୱାଳଙ୍କର କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ଓଡ଼ିଆ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ କହିଛନ୍ତି ।
