ନୟାଗଡ଼ ଗସ୍ତରେ ୨୪ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ଆଲୋଚନା ଚକ୍ର

ନୟାଗଡ଼, ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ବୈଠକ ଅନୁଷ୍ଠିତ ହେବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ରାଜ୍ୟ ସଂଘ ସଭାପତି ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ୍‌କୁ ନେଇ ବିସ୍ତୁତ ଆଲୋଚନା ହୋଇଥିଲା । ଡ. ସାହୁ ପଞ୍ଚାୟତ ରାଜ ବ୍ୟବସ୍ଥାରେ ରହିଥିବା ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୈାଶିକ କୁମାର ପ୍ରଧାନଙ୍କ ସମେତ ୨୪ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ରହିଥିଲେ । ଗତକାଲି ରାତିରେ ସମସ୍ତ ଅଧ୍ୟକ୍ଷ ନୟାଗଡ଼ରେ ପହଞ୍ଚିଥିଲେ । ଆଜି ସକାଳୁ ସମସ୍ତେ ବଲାଙ୍ଗୀ ପାର୍କ ପରିଦର୍ଶନ କରିବା ସହ ମା ଦକ୍ଷିଣକାଳୀଙ୍କ ଦର୍ଶନ କରିଥିଲେ । ନୟାଗଡ଼ ଜିଲ୍ଲା ପାଠାଗାର ଅଧ୍ୟୟନ ପରିଦର୍ଶନ କରିବା ସହ ଏହା ଅତ୍ୟନ୍ତ ଉଚ୍ଚୋକୋଟୀର ବୋଲି ମତ ଦେଇଥିଲେ । ଅପରାହ୍ନରେ ଶରଣକୁଳଠାରେ ଅଧିଷ୍ଠିତ ପ୍ରଭୁ ଶ୍ରୀ ଲଡ଼ୁବାବାଙ୍କ ଦର୍ଶନ କରିବା ସହ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ବରକନ୍ୟା ଝରଣା ବୁଲି ଦେଖିଥିଲେ ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *