ଜଗତସିଂହପୁର ଠାରେ ଲୋକ ଜନ ଶକ୍ତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପକ୍ଷରୁ ଆଜି ସ୍ଥାନୀୟ ଶାରଦା ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିତ୍ତ ରଂଜନ ମଲ୍ଲିକ ଯୋଗ ଦେଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ ସଙ୍ଗଠନକୁ କିଭଳି ସୃଦୃଢ଼ କରାଯିବା ସହିତ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପାଇଁ ପାର୍ଥି ଘୋଷଣା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ରତ୍ନାକର ସ୍ୱାଇଁ, ରାଜ୍ୟ ଉପ ସଭାପତି ନଳିନୀ କାନ୍ତ ମଲ୍ଲୀକ , ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ଲିଙ୍ଗରାଜ ମହାନ୍ତି ଓ ରାଜ୍ୟ ମହିଳା ସଦସ୍ୟା ଅନିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସାରା ରାଜ୍ୟରେ 60 ଟି ବିଧାନସଭା ପାର୍ଥୀ ଓ 10 ଟି ଉର୍ଦ୍ଧ୍ବ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *