ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୫ତମ ବାର୍ଷିକ ଉତ୍ସବ

ଧର୍ମଶାଳା =ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨ ୫ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନବକିଶୋର ସାମଲଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବରେ ଧର୍ମଶାଳା ବିଧାୟକ ଶ୍ରୀହିମାଂଶୁ ଶେଖର ସାହୁ ଯୋଗଦେଇ ବିଦ୍ୟାଳୟର ସମସ୍ତ ସମସ୍ୟା ଖୁବ୍ ଶିଘ୍ର ପୁରଣ ହେବ ବୋଲି ପ୍ରତିଶୃତି ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ବହୁମୁଲ୍ୟ ଉପଦେସ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ଦେବଜାନୀ ପ୍ରଧାନ ଯୋଗ ଦେଇ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବିଭୁତି ଭୂଷଣ ଦାସ, ବିଦ୍ୟାଳୟ ସମ୍ପାଦକ ପ୍ରସନ୍ନ କୁମାର ଜେନା,ସହ ସମ୍ପାଦକ ସଚିନ୍ଦ୍ର ପାତ୍ର, କୋଷାଧକ୍ଷ ମଧୁସୂଦନ ସାହୁ,ଉପ ସଭାପତି ଦିଲ୍ଲିପ କୁମାର ସାମଲ ପ୍ରମୁଖ ଯୋଗ ଦେଇ ,ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ବହୁ ମୂଲ୍ୟ ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ପୁରସ୍କାର ପ୍ରଦାନ କରିଥିଲେ.।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମିନତୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂପାଦକ ପ୍ରସନ୍ନ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ।ଶେଷରେ ଉପ ସଭାପତି ଦିଲ୍ଲିପ୍ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷା କର୍ମଚାରୀ ବୃନ୍ଦ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ମାନେ ନିଜର ସମସ୍ତ ଶକ୍ତି ଖଟାଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *