ପୁରୀ ଜିଲ୍ଲା ରେ ୨୬୭୨୮ ମେଟ୍ରିକ ଟନ ସାର ଚାଷୀ ଙ୍କୁ ଯୋଗାଣ ହୋଇଛି ।

ପୁରୀ ୧୦/୯ ପୁରୀ ଜିଲ୍ଲା ରେ ଖରିଫ ଚାଷ ପାଇଁ କୃଷକ ମାନଙ୍କୁ ୨୬୭୨୮ ମେଟ୍ରିକ ଟନ ବିଭିନ୍ନ ସାର ଯୋଗାଇ ଦିଆଯାଇଛି।ପୂର୍ବରୁ ବକେୟା ରହିଥିବା ୨୦୧୬୩ ମେଟ୍ରିକ ଟନ ସହ ଚଳିତ ସିଜିନ ପାଇଁ ମିଳିଥିବା ୧୭୪୮୧ ମେଟ୍ରିକ ଟନ ସାର ଏହିଭଳି ମୋଟ ୩୭୬୪୪ ମେଟ୍ରିକ ଟନ ସାର ଜିଲ୍ଲାରେ ଉପଲବ୍ଧ ହୋଇଥିଲା।ସେଥିରୁ ୨୬୭୨୮ ମେଟ୍ରିକ ଟନ ସାର କୃଷକ ମାନେ କ୍ରୟ କରିଥିଲେ।୧୧ ଗୋଟି ବ୍ଲକର ୪୧ ଟି ପ୍ୟାକ୍ସ ମାଧ୍ୟମରେ ଓ ବିଭିନ୍ନ ସାର ବିକ୍ରୟ ଦୋକାନ ମାନଙ୍କ ରେ ଏହି ସାର ବିକ୍ରି ହେଉଛି।ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଭାସୀ ମାଧ୍ୟମରେ କୃଷି ଅଧିକାରୀ ଓ ସମବାୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଚାଷୀ ମାନଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଣ ପାଇଁ ପରାମର୍ଶ ଦେଇଥିଲେ।ସେହିପରି କୃଷି ବିଭାଗ ପ୍ରମୁଖ ସଚିବ,ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ମଧ୍ୟ ଅଧିକାରୀ ମାନଙ୍କୁ ସାର ଯୋଗାଣ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅପରପକ୍ଷରେ ଆଉ ୨୦୦୦ ମେଟ୍ରିକ ଟନ ୟୁରିଆ ସାର ପୁରୀ ଜିଲ୍ଲା କୁ ଯୋଗାଇ ଦେବାକୁ କୃଷି ବିଭାଗ କୁ ଅନୁରୋଧ କରାଯାଇଛି ଓ ଚାଷୀ ମାନଙ୍କ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *