୨୬ତମ ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ ।

ଜଗତସିଂହପୁର -ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଗତ ୧୫ ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ୭ ଦିନବ୍ୟାପି ଆୟୋଜିତ ହୋଇଥିବା ୨୬ତମ ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ ହୋଇ ଯାଇଛି । ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାର ଉଦଯାପନୀ ସନ୍ଧ୍ୟାରେ ଜିଲାପାଳ ତଥା ପରିଷଦର ଅଧ୍ୟକ୍ଷ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆସରରେ ଅତିଥି ଭାବରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ପ୍ରମୁଖ ଯୋଗଦେଇ ଭଲ ମଣିଷ ଗଠନ ହେବା କ୍ଷେତ୍ରରେ ପୁସ୍ତକର ଆଵଶ୍ୟକତା ବାବଦରେ ଆଲୋକପାତ କରିଥିଲେ ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *