ଅଠରନଳାସ୍ଥିତ ଭଗବତୀ ବିଦ୍ୟା ନିକେତନର ୨୬ତମ ସାମ୍ବତ୍ସରିକ ସମାରୋହ

ପୁରୀ – ବିଦ୍ୟାଳୟର ସଭାପତି ପ୍ରାଣକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଉଦଘାଟନ କରିଥିଲେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ପ୍ରଧାନ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ମୁଖ୍ୟ ବକ୍ତା ଏବଂ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ, ଲାୟନ୍ସ କ୍ଲବର ଡିସଟ୍ରିକ୍ଟ ଚେୟାର ପର୍ସନ ସମାଜସେବୀ ଗିରୀଶ ଚନ୍ଦ୍ର ନାୟକ, ପୁରୀ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କର, ଶାନ୍ତି ନିକେତନ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟ ର ପ୍ରଫେସର ମନୋରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରିଥିଲେ. ସହସମ୍ପାଦକ ଲକ୍ଷ୍ମୀଧର ମାଝୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ। ସମ୍ପାଦକ ମହେନ୍ଦ୍ର ବିଶୋଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କୁନି କୁନି ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ପରେ ବିଦ୍ୟାଳୟର ସ୍ମରଣିକା “ପ୍ରତିଜ୍ଞା”ଏବଂ “ସନ ଡେ ଫନ ଡେ ଲୋଗୋ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଗଭୀର ଅଧ୍ୟବସାୟ ଏବଂ ଏକାଗ୍ରତା ହିଁ ଶ୍ରେଷ୍ଠତା ଆଣିଥାଏ। ତେଣୁ ଛାତ୍ରଛାତ୍ରୀମାନେ ଦାୟିତ୍ୱବାନ ଓ କର୍ତ୍ତଵ୍ୟନିଷ୍ଠ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଶିକ୍ଷାସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ଦତ୍ତତୋଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ, ଡେଲାଙ୍ଗ ଗଡ଼ ମୋଟରୀ ସ୍ଥିତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ଦାଶ, ଶିକ୍ଷୟିତ୍ରୀ, ମାନସୀ ଦାଶଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।ସେହିଭଳି ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କୁ କୈଳାସ ରାୟ ସ୍ମୃତି ସମ୍ମାନ, ଜାତୀୟ ପୁରସ୍କାର ପ୍ରାପ୍ତ ଆଶାକର୍ମୀ ସୁକାନ୍ତି ଜେନାଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ଦାଶ.ଏହି ଅବସରରେ ପଞ୍ଚମ ଶ୍ରେଣୀରେ ସରକାରୀ ବୃତ୍ତି ଲାଭ କରିଥିବା ଓମ କ୍ରିଷ୍ଣା ସ୍ୱାଇଁ, ଶ୍ରେଷ୍ଠ କ୍ରୀଡ଼ାବିତ, ଶ୍ରେଷ୍ଠ ସ୍ବେଛାସେବୀ, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଥିବା କୃତି ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାତଃ ବିଭାଗ ସଂଚାଳିକା ମମତା ଦାସ।ସଭା ପର୍ବ ପରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗୁରୁ ରବୀନ୍ଦ୍ର ବେହେରା, ସୁସ୍ମିତା ବାରିକଙ୍କ ନିର୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶୀ, ଡୁଙ୍ଗୁରି ପାହାଡ଼ ତଲେ, କୁଇଲି ,ଆହା ଟମାଟର ଲାଲ ଟମାଟର, ଘୁମୁରା, ନାଲି ଟୁକୁ ଟୁକୁ, ମୁଁ ପରା କୁନି ଭକତ ତୋର, ତୁମ ଋଣ ବାପା ସୁଝି ପାରିବିନି, ମା ମୁଁ କାନ୍ଦୁଚି, ଆମେ ଓଡ଼ିଆ ଭାରି ବଢିଆ, ଆମ ଜଗା ଆଦି ନୃତ୍ୟ ହୃଦୟସ୍ପର୍ଶୀ ଓ ଚିତାକର୍ଷକ ହୋଇଥିଲା । ଦିବ୍ୟାଶା ମହାନ୍ତି, ଅପରାଜିତା ଦ୍ବିବେଦୀ, ସୁଧା ସବିତା ସାହୁ, ଲୋକନାଥ ବିଶୋଇ, ଗୋଲଡି ଭଞ୍ଜ, ବୀଣାପାଣି ପାଇକରାୟ, ମମତା ନାୟକ, ପ୍ରଜ୍ଞା ସାହୁ, ପୂଜା ସାହୁ, ସୁବ୍ରତ ମହାନ୍ତିଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *