କୁକୁଡାଖଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୮ ତମ ବାର୍ଷିକ କ୍ରିଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି।

ଆସିକା:-୧୪/୧୨/୨୦୨୪ଏହି ଉତ୍ସବ ଗତ ତିନି ଧରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିଲା । ଆଜିର ଏହି ଅନ୍ତିମ ଦିବସରେ କ୍ରୀଡା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିଶୁର ଶିକ୍ଷା ସହିତ ସଂସ୍କୃତି ,ପରମ୍ପରା ସ୍ନେହ ସହିତ ଶାରୀରିକ ଦକ୍ଷତାର ବିକାଶ ନେଇ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରର ଗୁରୁଜୀ ଗୁରୁମା ,ଏବଂ ପରିଚାଳନା କମିଟିର ଲକ୍ଷ୍ୟ ରହିଛି ବୋଲି ଶାରୀରିକ ପ୍ରମୁଖ ଆଚାର୍ଯ୍ୟ ଗୁରଜୀ ଅଚ୍ୟୁତାନନ୍ଦ ମହାପାତ୍ରଙ୍କ ତତ୍ବାବଧାନରେ କ୍ରୀଡ଼ ଉତ୍ସବ ହୋଇଥିଲା ।ଶିକ୍ଷା ଗ୍ରହଣ ସହିତ ଶାରୀରିକ ବିକାଶ ନିମନ୍ତେ କ୍ରୀଡ଼ାର ମଧ୍ୟ ଆବଶ୍ୟକ ବୋଲି ଉପସ୍ଥିତ ଥିବା ଅତିଥି ମାନେ କହିଛନ୍ତି।ଏହି ଉତ୍ସବରେ ପୂର୍ବତନ ସଭାପତି ଶ୍ରୀ ନିବାସ ରାଉଳ ଉଦ୍ଧଘାଟନ କରିଥିବା ବେଳେ ମୂଖ୍ୟ ବକ୍ତା ଭାବେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗାୟତ୍ରୀ ସ୍ୱାଇଁ, ସମ୍ମାନିତ ଅତିଥି ମାଗି ଦଳବେହେରା, ସ୍ଥାନୀୟ ବ୍ଳକ ଅର୍ଥ ବିଭାଗ ଅଧିକାରୀ ସିମାଚଳ ମସ୍ତି ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ର ପ୍ରଧାନ ଆଚାର୍ଯ୍ଯା ଶ୍ରୀମତୀ ଇ ଉର୍ମିଳା ଙ୍କ ସମତେ ଗୁରୁଜୀ ଓ ଗୁରୁମା ଏବଂ ଅଭିଭାବକ ମାନେ ସହଯୋଗରେ ଆଜିର ଏହି କ୍ରୀଡା ଉତ୍ସବ ପାଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *