କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା ସ୍ବର୍ଗତ ବିଜୁବାବୁଙ୍କ ୨୮ ତମ ତିରୋଧାନ ଦିବସ ।
କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା ସ୍ବର୍ଗତ ବିଜୁବାବୁଙ୍କ ୨୮ ତମ ତିରୋଧାନ ଦିବସ ।
କନ୍ଧମାଳ ତା ୧୭/୦୪/୨୦୨୫ ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ସଦର ମହକୁମା ଫୁଲବାଣୀ ଠାରେ ସ୍ଥାନୀୟ ପେଟ୍ରୋଲ ଟ।ଙ୍କି ବା ମୁଖ୍ୟ ବଜାରରେ ଥିବା ସ୍ୱର୍ଗତ
ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ କନ୍ଧମାଳ ଜିଲ୍ଲାର ବିଜୁଜନତା ଦଳର ତ୍ର।ଣ କର୍ତ୍ତା ତଥା ପୂର୍ବତନ ଖଣି ଇସ୍ପାତ ମନ୍ତ୍ରୀ , ଯାହାଙ୍କ ଉପରେ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭରସା ରଖି କନ୍ଧମାଳ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀର ଦାୟିତ୍ଵ ଭାରଦେଇ ଜିଲାସଭାପତି ଭାବରେ ନିଯୁକ୍ତି କରିଛନ୍ତି ,ସେହି ମହାନ୍ ବ୍ୟକ୍ତି ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଆଜି ମହାନ ଜନନାୟକ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରିଥିଲେ ।ଏହି ଅବସରରେ ପୂର୍ବତନ ବିଧାୟକ ଦୁଗୁନି କହଁର, ସରୋଜ କର୍ଣ୍ଣ, ବିଧାୟକ ପ।ର୍ଥିନୀ ଶ୍ରୀମତୀ ଜୟଶ୍ରୀ କହଁର, ରାଜ୍ୟ ସମ୍ପାଦିକା ପୁନମ୍ କହଁର, ମହିଳା ନଗର ସଭାପତି ଶ୍ରୀମତୀ ଲଳିତା ମୁନି, ପୂର୍ବତନ ନଗର ସଭାପତି ସୁଧୀର କହଁର, ବରିଷ୍ଟ ନେତୃତ୍ଵ ପଞ୍ଚାନନ କହଁର,ଓ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ରହି ସ୍ବର୍ଗତ ବିଜୁବାବୁଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁ ଅମର ରହେ ନାର। ଦେଇଥିଲେ ।ପରେ ପରେ ଫୁଲବାଣୀ ଠାରୁ ଫିରିଙ୍ଗିଆ ଯାଇ ଫିରିଙ୍ଗିଆ ବ୍ଲକ ପାଖରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ସାରିବା ପରେ ୪୦୦ ଶହରୁ ଅଧିକ କର୍ମୀ ଏକ ବିରାଟ ଶୋଭାଯାତ୍ରା ରେ ସ୍ଥାନୀୟ ବିଜୁ କଲ୍ୟାଣୀ ମଣ୍ଡପ କୁ ଯାଇ ଏକ ଶାନ୍ତି ସଭା,ଓ ବଲାଙ୍ଗୀର ରେ ବିଜୁବାବୁଙ୍କ ପ୍ରତି ମୂର୍ତ୍ତି ଜ।ଳିଦେବା ଘଟଣାକୁ ନିନ୍ଦା କରି ଉକ୍ତ ସଭାରେ ପ୍ରତିବାଦ କରିଥିଲେ ।ଏହି ସଭାଟିକୁ ପରିଚାଳିତ କରିଥିଲେ ବ୍ଲକ ସଭାପତି ଶ୍ରୀ ରଜନୀ ମଲ୍ଲିକ,ଏହିଠାରେ ବରିଷ୍ଟ ନେତା ଦୁଗୁନି କହଁର, ତ୍ରିନାଥ କହଁର, ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାମିତ କହଁର, ବିଧାୟକ ପ।ର୍ଥିନୀ ଶ୍ରୀମତୀ ଜୟଶ୍ରୀ କହଁର,ନଗର ଯୁବ ସଭାପତି ରାକେଶ ମିଶ୍ର, ଜିଲ୍ଲାପରିଷଦ ନୀଳଗିରି ଦିଗାଲ,ଫୁଲବାଣୀ ଆଲ।ମି ପଞ୍ଚାୟତର ପୂର୍ବତନ ସରପଞ୍ଚ ପିତାମ୍ବର ମଲ୍ଲିକ ଉପସ୍ଥିତ ଥିଲେ ।ଶ୍ରୀମତୀ ଜୟଶ୍ରୀ କହଁର ବିଜୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ପୂର୍ବ ଘଟଣା କହିଥିଲେ ସବୁ କର୍ମୀ ଏକାଠି ହୋଇ ଦଳକୁ ସଂଘଟିତ କରି ଆଗାମୀ ଦିନରେ ନିର୍ବାଚନରେ ଭଲ ଫଳ କରି ହେବା ସେ ଉପରେ କହିଥିଲେ । ଶ୍ରୀ ପଦ୍ମନାଭ ବେହେରା ଏହି ତିରୋଧାନ ଦିବସରେ ସ୍ବର୍ଗତ ବିଜୁ ବାବୁଙ୍କ କନ୍ଧମାଳ ଜିଲ୍ଲା ପ୍ରତି ଥିବା ଅବଦାନ ବିଷୟରେ କହିଥିଲେ ।ସେ ଜିଲ୍ଲା ବାହାରେ ଦୀର୍ଘ ୧୫ ବର୍ଷ କିପରି ଭାବରେ ଦୁଃଖରେ ନିଜ ଜିଲ୍ଲା ଛାଡ଼ି ରହୁଥିଲେ ତାହା ଉପସ୍ଥିତ କର୍ମୀ ଙ୍କୁ କହିଥିଲେ ।ମାନ୍ୟବର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତାଙ୍କୁ ଜିଲ୍ଲାର ଦାୟିତ୍ଵ ଭାର ଦେଇଥିବାର ତାଙ୍କୁ ଧନ୍ୟବାଦ ଦେଇଥିଲେ ।ଜିଲ୍ଲାରେ କିଭଳି ଭାବରେ ବିଜୁଜନତା ଦଳ ସଂଘଟିତ ହୋଇ ମଜ୍ ବୁତ୍ କରି ଆଗାମୀ ପଞ୍ଚାୟତ ନିର୍ବାଚନର ଭଲ ଫଳ କରିବ ତାହାରି ଉପରେ ବକ୍ତବ୍ୟ ଦେଇଥିଲେ ।
