ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ
ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ପଞ୍ଚାୟତ ଅଲଣ୍ଡା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସର୍ବେ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଗ୍ରାମ ଠାରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କୃଷ୍ଣ ପ୍ରସାଦ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ସଭାପତିତ୍ୱ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଅଭିଭାଷଣ ଦେଇ କହିଛନ୍ତି ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି। ଗତ ୨୮ ବର୍ଷ ମଧ୍ୟରେ ବିଜୁ ଜନତା ଦଳ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପ୍ରଗତିର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବିଜୁ ଜନତା ଦଳ ସରକାର ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାରେ ନୂଆ ପରିଚୟ ସୃଷ୍ଟି କରିଛି। ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ବିଜୁ ଜନତା ଦଳର ୨୮ ବର୍ଷରଯାତ୍ରା ଓ ସଂଘର୍ଷ ଏବଂ ସଫଳତାର ମୂକସାକ୍ଷୀ। ଓଡ଼ିଶା ପାଇଁ ନବୀନ ପଟ୍ଟନାୟକଙ୍କ ଅବଦାନକୁ ଆମେ ସ୍ମରଣ କରୁଛୁ। ଏହା ଇତିହାସରେ ଅବିସ୍ମରଣୀୟ ହୋଇ ରହିବ। ବ୍ରହ୍ମଗିରିର ବିକାଶ ଓ ଉନ୍ନତି ପାଇଁ ବିଜୁ ଜନତା ଦଳ ସବୁବେଳେ ପ୍ରତିବଦ୍ଧ ଏବଂ ଦାୟିତ୍ୱ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହିତ ଏକ ସଶକ୍ତ ଓଡ଼ିଶାର ଗଠନର ନିର୍ମାଣ ପାଇଁ ପ୍ରତିଜ୍ଞା କରିବାକୁ ଶ୍ରୀ ଦାସବର୍ମା ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ମିଥ୍ୟା ପ୍ରତିଶୃତି ଓ ଭୁୟାଁ ବୁଲେଇ ସରକାରକୁ ଆସିଛି। ରାଜ୍ୟରେ ବିଜେପି ସରକାରଙ୍କ ବଡ଼ ଉପଲବ୍ଧି ଦରଦାମ ବୃଦ୍ଧି। ଲୋକ ଦରଦାମ ବୃଦ୍ଧି ପାଇଁ ହନ୍ତସନ୍ତ ହେଉଛନ୍ତି। ଏ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବା ପାଇଁ ଶ୍ରୀ ଦାସବର୍ମା ଅଲଣ୍ଡା ଗ୍ରାମ ଠାରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।ଅଦିନିଆ ବର୍ଷାରେ କୃଷ୍ଣ ପ୍ରସାଦ ବ୍ଲକ ରେ ଚିନାବାଦାମ ଚାଷଜମିରେ ପାଣି ଜମି ଚିନାବାଦାମ ନଷ୍ଟ ହୋଇଯାଇଅଛି। ଏତଦ୍ ବେତିତ ଧନ ଜମିରେ ପାଣି ଜମି ଧାନ ଫସଲ ନଷ୍ଟ ହୋଇଯାଇଅଛି। ଶ୍ରୀ ଦାସବର୍ମା କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚ ମାନଙ୍କୁ ନେଇ ଏକ ପ୍ରତନିଧି ମଣ୍ଡଳ ଆସନ୍ତା କାଲି କୃଷ୍ଣ ପ୍ରସାଦ ବ୍ଲକ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ, କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ଦଳେଇ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ପୁରୀ ସଦର ହନ୍ତୁକ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରସିଂହ ପତି, ବ୍ରହ୍ମପୁର ସରପଞ୍ଚ ସନ୍ତୋଷ କୁମାର ଜେନା, ସମିତି ସଭ୍ୟ କାଳୁ ଜେନା, ନୂଆପଡ଼ା ସରପଞ୍ଚ ପୂର୍ଣ୍ଣ ପ୍ରଧାନ, ରାମଲେଙ୍କ ସରପଞ୍ଚ ସବିତା ବିଶ୍ଵାଳ, ମାଲୁଦ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ମୁନା ଜେନା, କୃଷ୍ଣ ପ୍ରସାଦ ବ୍ଲକ ବରିଷ୍ଠ ନେତା ହାଡୁ ବନ୍ଧୁ ସାହୁ, ରାଜ କିଶୋର ବିଶ୍ୱାଳ, ବ୍ରହ୍ମଗିରି ବ୍ଲକ ଭଗବାନ ନାୟକ, ଯୁବ ନେତା ଦିଲ୍ଲିପ ରଣସିଂହ, ଜୟନ୍ତ କୁମାର ମାହାନ୍ତି,ଉପେନ୍ଦ୍ର ପ୍ରଧାନ, ନାରୀନେତ୍ରୀ ମାନସୀ ହରିଚନ୍ଦନ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଯୁବ ଛାତ୍ର ଜନତା ଦଳ ପ୍ରତିନିଧି ଓ ପ୍ରମୁଖ ମହିଳା ନେତୃମଣ୍ଡଳୀ ଏବଂ ବହୁ ବିଜୁ ପ୍ରେମୀ ଉପସ୍ଥିତ ଉପସ୍ଥିତ ଥିଲେ।
