୨୮ ତମ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ

୨୮ ତମ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ‘ପରବ’ ମହା ସମାରୋହ ଉଦଘାଟିତ

କୋରାପୁଟ: ୧୮/୧୨ ୨୮ ତମ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ର ମୁଖ୍ୟ ସମାରୋହ ସ୍ଥାନିୟ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିଥିଲେ। ପରେ ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ପରବ’ ମୁଖ୍ୟ ସମାରୋହରେ ମନ୍ତ୍ରୀ ଶ୍ରୀ ମହାପାତ୍ର ମଶାଲ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ସଂସ୍କୃତି ଏକ ଜାତିର ପରିଚୟ, ଆମ ସ୍ବାଭିମାନର ପ୍ରତୀକ, ତେଣୁ ଆମେ ଆମ ସଂସ୍କୃତି ପରମ୍ପରାକୁ ପରବ ମାଧ୍ୟମରେ ବଜାୟ ରଖିବା ବୋଲି ମୂଖ୍ୟ ଅଥିତି ବକ୍ତବ୍ୟ ରଖିଥିଲେ। ପରବ ମାଧ୍ୟମରେ କୋରାପୁଟ ମାଟିର ସଂସ୍କୃତି ଓ ଏତିହ୍ୟ ନିଜର ପରିଚୟ ଦେଇଥାଏ। ପରବ ମହୋତ୍ସବରେ ସ୍ଥାନୀୟ ଆଦିବାସୀଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଗୁଡିକୁ ବିଦେଶୀ ପର୍ଯ୍ୟଟକ ମାନଙ୍କ ଦ୍ଵାରା କିଣା ଯିବା ଦ୍ଵାରା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ହେଉଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ପରବ ଆଜି ଜାତୀୟ ଆଦିବାସୀ ମହୋତ୍ସବ ମାନ୍ୟତା ପାଇବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପରବ ପାଳନର ଯଥେଷ୍ଟ ଆବଶ୍ୟକ ରହିଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ ,ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା କୋଟପାଡ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା,ଏସପି ରୋହିତ ବର୍ମା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ପରବ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୋରାପୁଟ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ବନ୍ଦେ ମାତରମ ସଙ୍ଗୀତ ପରିବେଷଣ କରିଥିଲେ। ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଓ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ। ପରବର ପ୍ରଥମ ରାତିରେ ଦୂରୂଆ ସମ୍ପ୍ରଦାୟର ଢେମାଶା , ଓଡ଼ିଶୀ, ମସ୍ତିପୁଟର କାଠି ନାଚ,ଢ଼େମଶା ନୃତ୍ୟ, ସାନ୍ତାଳୀ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ସମ୍ବଲପୁରୀ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା।

ଲଷ୍ମୀପୂର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *