୨୯ତମ ଚକା ଆଖି କପ ଉଦଘାଟନ ଓ ଟ୍ରଫି ଉନ୍ମୋଚନ

ଧର୍ମଶାଳା– ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସାହାଣୀ ଢିଆ ପଂଚାୟତ ରାମଚନ୍ଦ୍ର ପୁର ଠାରେ ୨ ୯ ତମ ଚକାଆଖି କପ ରଆଜି ଉଦଘାଟନୀ ମ୍ୟାଚ୍ ରେ ଦୁଇ ଅଭିଜ୍ଞ ଦଳ ଭାଗ ନେଇ ଥିଲେ ଯଥା ରାମେଶ୍ବର ଭୁବନେଶ୍ୱର ବନାମ ୟୁନିଅନ କଟକ।ପ୍ରଥମେ ଟସ୍ ଜିତି ରାମେଶ୍ବର କ୍ଲବ ଭୁବନେଶ୍ୱର ନିର୍ଦ୍ଧାରିତ ୨୦ ଓଭର ରେ ୯ ଗୋଟି ୱିକେଟ୍ ହରେଇ ୧୪୨ ରୁନ୍ ସଂଗ୍ରହ କରିଥିଲା।ଜବାବରେ ୟୁନିଅନ ସ୍ପୋର୍ଟିଂ କଟକ ୧୫.୨ ଓଭର ରେ ୪ ଗୋଟି ୱିକେଟ ହରେଇ ୧୪୩ ରନ କରି ବିଜୟ ଲାଭ କରିଥିଲା । ଦଳ ପକ୍ଷ ରୁ ସର୍ବେଶ୍ଵର ମହାନ୍ତି ସର୍ବାଧିକ ୨୩ ଟି ବଲ୍ ରୁ ୫୬ ରନ୍ ସଂଗ୍ରହ କରିଥିଲା ଏଥି ମଧ୍ୟ ରେ ୭ ଟି ଛକା ଅନ୍ତର୍ଭୁକ୍ତ। ଏବଂ ତାଙ୍କୁ ଉଦଘାଟନୀ ମ୍ୟାଚ୍ ର ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କାର ଅର୍ପଣ କରାଗଲା।ଏହି ଉଦଘାଟନୀ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ର ସମ୍ପାଦକ ଶ୍ରୀ ବେଣୁଧର ପଣ୍ଡା ଯୋଗଦେଇ ମ୍ୟାଚ କୁ ଉଦଘାଟନଓ ଟ୍ରଫି ଉନ୍ମୋଚନ କରିଥିଲେ l ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ଏବଂ ସମାଜ ସେବି ସରୋଜ୍ ରାଉତ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *