ଅଲ ଓଡିଶା ବ୍ରାହ୍ମଣ ମହାସଭାର ୨୯ତମ ରାଜ୍ୟସ୍ତରୀୟବୈଠକ l

ପୁରୀ, ସୁନ୍ଦର ଦାସ ମଠ ପରିସରରେ ପର୍ଶୁରାମ ଦାସ ମହାରାଜଙ୍କ ସଭସପତିତ୍ୱ ରେ ଅଲ ଓଡିଶା ବ୍ରାହ୍ମଣ ମହା ସଭାର 29 ତମ ରାଜ୍ୟସ୍ତରୀୟ ଅନୁଷ୍ଠିତ ହୋଇଯlଇଛି l ଶ୍ରୀ ଜଗନ୍ନାଥ ଧାମ ବ୍ରlହ୍ମଣ ମହାସଭାର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିନୋଦ କୁମାର ପଣ୍ଡା ସଭା ସଂଯୋଜନା କରିଥିଲେ l ରାଜ୍ୟ ସମ୍ପାଦକ ହରିଚରଣ ଦାସ, କାର୍ଯ୍ୟକାରୀ ସଭାପତି ପ୍ରେମାନନ୍ଦ ଦାସ,ଜିଲ୍ଲା ସମ୍ପlଦକ ଅଧ୍ୟାପକ ଦୟାନିଧି ପଣ୍ଡା, ମୁଖ୍ୟ ଅତିଥିରୁପେ ଓଡ଼ିଆ ବିଶ୍ୱବିଦ୍ୟାଲୟର କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ,ସମ୍ମାନିତ ଅତିଥି ରୁପେ ଡ଼ ଜଗବନ୍ଧୁ ମିଶ୍ର, ପ୍ରାଧ୍ୟାପକ ଡ଼. ବଳରାମ ଦାଶ, ଶିବସୁନ୍ଦର ମିଶ୍ର,ଯୋଗ ଦେଇଥିଲେ l ବ୍ରାହ୍ମଣ ମାନଙ୍କର ଉନ୍ନତି, ଯଥା ସଂରକ୍ଷଣ ଉଛେଦ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ବୃତ୍ତି ଭିତ୍ତିକ ପାଠ୍ୟ କ୍ରମ ଯଥା ବେଦ,କର୍ମକାଣ୍ଡ , ଜ୍ୟୋତିଷ, ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ପ୍ରଚଳନ ଓ ବ୍ରାହ୍ମଣ ନିଗମ ଗଠନ ସହ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିବାକୁ ଅତିଥିମାନେ ମତ୍ସବ୍ୟକ୍ତ l କରିଥିଲେ l ରାଜ୍ୟ ବିଭିନ୍ନ ଜିଲ୍ଲାରୁ ସଭାପତି ଓ ସମ୍ପାଦକ ମାନେ ଏଥିରେ ଯୋଗ ଦେଇଥିଲେ l ଆଲୋଚନା ଚକ୍ରରେ ହରିଶଙ୍କର, ମିଶ୍ର,ଜୟରାମ ମିଶ୍ର ନରେନ୍ଦ୍ର ଆଚାର୍ଯ୍ୟ, ଗୌରହରି ଷଡ଼ଙ୍ଗୀ, ଅଶୋକ କୁମାର ମିଶ୍ର, ସଦାଶିବ ମିଶ୍ର, ଯୋଗେଶ୍ଵର ପ୍ରହରାଜ,ଜ୍ଞାନ ରଞ୍ଜନ ଦାସ l ଏଥିରେ ପର୍ଶୁରାମ ବାହିନୀର ସଦସ୍ୟ ଓ ଶକ୍ତିବାହିର ମହିଳା ମାନେ ଯୋଗଦାନ କରିଥିଲେ l ସମ୍ପାଦକ ଦୟାନିଧି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *