୨୯ ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ଫାଇନାଲ, କେସିସି ସୁଙ୍ଗୁଡା ଚମ୍ପିୟନ!
ଧର୍ମଶାଳା –ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସୁନ୍ଦରିଆ ପଂଚାୟତ ଖେଳ ପଡିଆ ଠାରେ ନିୟୁ ଲାଇଫ୍ ୟୁଥ୍ କ୍ଳବ୍ ତରଫରୁ ୨୯ ତମ ପ୍ରିମିୟର ଫାଇନାଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି,ଏହି ଚିତାକର୍ଷକ ଫାଇନାଲ ମୁକାବିଲାରେ କେସିସି ସୁଙ୍ଗୁଡା ଭୁବନେଶ୍ବରକୁ ହରାଇ ଚମ୍ପିୟନ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ କୁ ଉଦ୍ଘାଟନ କରିଥିଲେ ସମାଜସେବୀ ରୂପେଶ୍ କୁମାର ଭଦ୍ର, ପ୍ରଥମେ ଟଚ୍ ଉଇନ୍ କରି ଭୁବନେଶ୍ୱର ବ୍ୟାଟିଂ କରି ୨୨୮ ରନ୍ ସଂଗ୍ରହ କରିଥିଲେ, ଏହା ର ଜବାବ୍ ରେ ସୁଙ୍ଗୁଡା ୧୬ ଓଭରରେ ଦୁଇ ୱିକେଟ୍ ହରାଇ ୨୨୯ ରନ୍ ସଂଗ୍ରହ କରିଥିଲା, ଫଳରେ ସୁଙ୍ଗୁଡା ବିଜୟୀ ହୋଇଥିଲା,ସୁଙ୍ଗୁଡା ଦଳ ତରଫରୁ କାଳୁ ୧୧୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍,ମ୍ୟାନ୍ ଅଫ୍ ଦି ସିରିଜ୍ ହାସଲ କରିଥିଲେ, ବିଜୟୀ ଦଳକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ସହ କୋଡ଼ିଏ ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ, ବିଧାୟକ ଙ୍କ ସହିତ ଉପସ୍ଥିତ ଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ସୁନ୍ଦରିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିର୍ମଳ କୁମାର ଦାସ, ସମିତି ସଭ୍ୟ ନିତ୍ୟାନନ୍ଦ ବିଶ୍ବାଳ,ଓଲିଉଡ୍ ଜଗତର ଚୁଲୁବୁଲି ନାୟିକା ପୁନମ୍ ମିଶ୍ର, ଆଙ୍କର ଥିଲେ ମିସ୍ ଲୋରିଆ, ଉପସ୍ଥିତ ରହି ରନର୍ସ ଦଳକୁ ଟ୍ରଫି ସହ ପନ୍ଦର ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ, ନିୟୁ ଲାଇଫ୍ ୟୁଥ୍ କ୍ଳବ୍ ର ସଭାପତି ସପ୍ତ ସାଗର ଦାସ ଏହି ଟୁର୍ଣ୍ଣାମେଣ୍ଟର ଦାୟିତ୍ଵ ନେଇଥିବା ସ୍ଥଳେ ରାଜେଶ୍ ଭଦ୍ର, ଗୋକୁଳା ନନ୍ଦ ଖେଳ ପରିଚାଳନା କରିଥିଲେ, ଏହି ଟୁର୍ଣ୍ଣାମେଣ୍ଟରରେ ସହଯୋଗ କରିଥିଲେ ବିଜୟ ଦାସ, ସଂଜୟ ଦାସ, ସୁନିଲ୍ ନାୟକ, ଆଶିଷ ବିଶ୍ବାଳ,ଅମ୍ବିତ୍ ସାମଲ, ଅଶୋକ ବିଶ୍ବାଳ, କାହ୍ନୁ ଓଝା, ସ୍ବାଗତ ଦାସ,ସୁଭ ରଞ୍ଜନ ପରିଡ଼ା, ଶ୍ରୀକାନ୍ତ ଦାସ ନିୟୁ ଲାଇଫ୍ ୟୁଥ୍ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ ଏହି ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିଲା!
