ନରସିଂହ ମନୋରମା ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ
ନରସିଂହ ମନୋରମା ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ===============ନରସିଂହ ମନୋରମା ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ, ନୟାଗଡ଼ ରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ, ବରିଷ୍ଠ ନାଗରିକ, ଯୁବକ, ସାହିତ୍ୟିକ ତଥା ଲେଖକ, କବି, ଓ ଅନ୍ୟାନ୍ୟ ସମାଜସେବୀ ମାନଙ୍କ ଗହଣରେ ମହାସମାରୋହରେ ପାଳନ କରାଯାଇଛି ଏହି ଉତ୍ସବ |

ଏହି ଉତ୍ସବରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ସଭାରେ ପୌରହିତ୍ୟ କରିଥିଲେ ପ୍ରାକ୍ତନ ଆଇଏସ ଅଧିକାରୀ କରୁଣାକର ପଟ୍ଟନାୟକ | ଟ୍ରଷ୍ଟର ଚେୟାରମ୍ୟାନ ଡ଼. ସରୋଜ କୁମାର ପଟନାୟକ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ସମାଜସେବୀ ଅନାଦିଚରଣ ମହାନ୍ତି ବିବରଣୀ ପାଠ କରିବା ସାଙ୍ଗକୁ ଟ୍ରଷ୍ଟର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ | ପ୍ରଫେସର ନାଟ୍ୟକାର ରାମଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ | ସନ୍ନମାନିତ ଅତିଥିଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ତଥା ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟନାୟକ ତାଙ୍କ ବକ୍ତବ୍ୟର ଆହ୍ୱାନ ଥିଲା ବୟସ୍କ ଓ ଯୁବଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିଲେ ସୁସ୍ଥ ସମାଜ ଗଠନ ସମ୍ଭବ | ସାହିତ୍ୟିକ ଲେଖକ କମ୍ରେଡ ବିଶ୍ୱନାଥ ମହାପାତ୍ର ଙ୍କ ମତାମତ ଥିଲା ପୂଜ୍ୟପୂଜାର ପରମ୍ପରାକୁ ଅବ୍ୟାହତି ରଖିବା ଓ ଏହା ସର୍ବଦା ସ୍ୱାଗତଯୋଗ୍ୟ | ନରସିଂହ ମନୋରମା ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ତରଫରୁ ମଧୁବାବୁ ଜୟନ୍ତୀ ଉପଲକ୍ଷେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ଓ କନିଷ୍ଠ ବର୍ଗ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ପୁନଶ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଡ଼ଭୋକେଟ ନରସିଂହ ପଟନାୟକ ଟ୍ରଫି ବାଗ୍ମୀତା ପ୍ରତିଯୋଗିତା ଏବଂ କୁଇଚ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁରସ୍କାର ବିତରଣ ଉତ୍ସବରେ ଟ୍ରଫି ପ୍ରଦାନ କରାଯାଇଥିଲା | ଉଭୟ ବକୃତା ଓ ବାଗ୍ମୀତା ପ୍ରତିଯୋଗିତା ସାଙ୍ଗକୁ କୁଇଚ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ଅଗ୍ରଣୀ ଅନୁଷ୍ଠାନର କୁନି ପ୍ରତିଭା ଛାତ୍ରୀ ବିଶ୍ୱବିଜିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ଗୁଡିକର ବିଜେତା ହୋଇଥିଲେ ସେହିଭଳି ବରିଷ୍ଠ ବର୍ଗରେ ଉଭୟ ବକୃତା, ବାଗ୍ମୀତା ଓ କୁଇଚ ପ୍ରତିଯୋଗିତାରେ ଭାଗନେଇ ନୟାଗଡ଼ ସ୍ୱୟଂଶାସିତ ମହା ବିଦ୍ୟାଳୟ ର ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ବିଦ୍ୟାବିଜିତା ମହାନ୍ତି ଟ୍ରଫିଗୁଡିକର ବିଜେତା ହୋଇଥିଲେ | ଅନ୍ୟାନ୍ୟ ଉପବିଜେତା କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା | ହାଇସ୍କୁଲ ପରୀକ୍ଷାରେ ନୟାଗଡ଼ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ଓ ରାଜ୍ୟରେ ସପ୍ତମ ସ୍ଥାନ ହାସଲ କରିଥିବା ଛାତ୍ର ଆଶିଷ କୁମାର ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୁଇଚ ପରିଚାଳନା ପାଇଁ ଗୋପୀନାଥ ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଚନ୍ଦ୍ରବିଜୟୀ ମିଶ୍ର, ଆଇନଜୀବୀ ଧନ୍ୟବାଦ ଅର୍ପଣ କରିଥିଲା | ସହଯୋଗ କରିଥିଲେ ଆଇନଜୀବୀ କାମାକ୍ଷାପ୍ରସାଦ ଦାସ | ଏହି କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଆଇନଜୀବୀ ବଳଭଦ୍ର ମହାନ୍ତି ସମନ୍ୱୟ ରକ୍ଷା ପୂର୍ବକ ସୁପରିଚାଳନା କରିଥିଲେ | ଏଭଳି କାର୍ଯ୍ୟକ୍ରମକ୍ରମକୁ ସର୍ବସାଧାରଣରେ ସ୍ୱାଗତ କରାଯାଇଛି |
