ଦ୍ବିତିୟ ବାର୍ଷିକ କାମାକ୍ଷାନଗର ମହୋତ୍ସବ

-କାମାକ୍ଷାନଗର୨୧-୦୧-୨୦୨୪-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଆଜି ଦ୍ବିତିୟ ଉପଖଣ୍ଡ ସ୍ତରିୟ କାମାକ୍ଷାନଗର ମହୋତ୍ସବ ଓ ନବମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଖଣି,ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଉଦ୍ଘାଟନ କରିଛନ୍ତି ।ସ୍ଥାନିୟ ହନୁମାନ ବଜାର ଠାରୁ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ଏକ ମଶାଲ ସୋଭାଯାତ୍ରା ସହର ପରିକ୍ରମା କରିବା ପରେ ଷ୍ଟାଡିୟମ ଠାରେ ପହଞ୍ଚିଥିଲା ।ଏହି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ନିଜ କଳାନୃତ୍ୟ ପରିବେଷଣ କରିଥିଲେ ।ଆଜି ଠାରୁ କ୍ରିଡା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ କ୍ରିକେଟ,ଭଲିବଲ,ଫୁଟବଲ ଖେଳ ଅନୁଷ୍ଠିତ ହେବ ।ଏଥିରେ ଓଡିଶାର ବଛାବଛା ଦଳ ମାନେ ଖେଳରେ ଭାଗନେବେ।ଏହି କ୍ରିଡା ମହୋତ୍ସବ ଆସନ୍ତା ୨୭ ତାରିଖ ଯାଏଁ ଚାଲୁରହିବ ।ସେହିପରି ୨୮ ତାରିଖରୁ ୧ତାରିଖ ଯାଏ କାମାକ୍ଷାନଗର ମହୋତ୍ସବ ଅନୁଷ୍ଠିତ ହେବ ।ରାଜ୍ୟର ସମସ୍ତ ଜାଗାରେ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ କ୍ରିଡାର ମହୋତ୍ସବ ଅନୁଷ୍ଠିତ ହେଉଛି ।ଯାହାକି ସମସ୍ତଙ୍କ ଠାରୁ ନିଆରା ଓ ଭିର୍ନ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ।ଏହି ମହୋତ୍ସବରେ ପଲିଶ୍ରୀ ମେଳା,ବୟନିକା ଓ ସୁସାଦୁ ଖାଦ୍ୟର ପଶରା ମଧ୍ୟ ଖୋଲିବ ।ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ,କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ସମେତ ବିଭିନ୍ନ ବ୍ଲକ ଓ ଏନଏସିର ଅଧ୍ୟକ୍ଷ ଓ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *