ସ୍କୁଲ ଭିତରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ତଦନ୍ତ ଦାବିରେ ଉଦଳା ବନ୍ଦ ଡାକରା
ସ୍କୁଲ ଭିତରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ତଦନ୍ତ ଦାବିରେ ଉଦଳା ବନ୍ଦ ଡାକରା ।
ଉଦଳା ୨୨/୦୪/୨୦୨୫ ():-
ଉଦଳା ବ୍ଲକ ନିକଟ ଖଲାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାଳଖୁଣ୍ଟା ଗ୍ରାମର ଏସଏସଡି ଆଶ୍ରମ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ କାନ୍ଦ୍ରୀ ମୋଢେଇ ମୃତ୍ୟୁ ଘଟଣାକୁ
୮ ଦିନ ବିତି ଯାଇଥିଲେ ସୁଧା ଏ ପର୍ଯ୍ୟନ୍ତ କୌଣସି ତଦନ୍ତ ରିପୋର୍ଟ ପ୍ରକାଶ ପାଇଲା ନାହିଁ କି ପ୍ରଧାନ ଶିକ୍ଷକଙ୍କ ବିରୋଧରେ କିମ୍ବା କୌଣସି କର୍ମଚାରି ବିରୋଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ l ଯାହା ଫଳରେ ପ୍ରଶାସନ ଓ ସରକାରଙ୍କ ଉପରେ ଆଦିବାସୀ ଲୋକ ମାନଙ୍କର ବିଶ୍ବାସ ଓ ଭରଷା ତୁଟିବାରେ ଲାଗିଛି l ଏହି ଘଟଣାକୁ ଜୋରଦାର ପ୍ରତିବାଦ ସହିତ ନିନ୍ଦା କରିଥିଲା ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ l ମାସା ଆର୍ମୀ ପକ୍ଷରୁ ସଂଗଠନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ମୃତ ଛାତ୍ରୀର ପରିବାରଙ୍କୁ ତୁରନ୍ତ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଛାତ୍ରୀକୁ ହତ୍ୟା କରିଥିବା ଦୋଷୀ ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ l ତା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଉକ୍ତ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅନିର୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିବା ପାଇଁ ଦାବି ମଧ୍ୟ ଦାବି କରିଥିଲେ l ଅନ୍ୟଥା ଉଦଳା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଥିଲେ l କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଆଜି ପୁଣି ମାସାଆର୍ମୀ ସଂଗଠନ ପକ୍ଷରୁ ରାଜ୍ଯ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ କପ୍ତିପଦା ଉପଖଣ୍ଡ ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତଦନ୍ତ କୁ ତ୍ଵରାନିତ କରିବା ସହିତ ପ୍ରକୃତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଦାବି କରିଛନ୍ତି l ତା ସହିତ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅନିର୍ଦ୍ଦିଷ୍ଟ କାଳପାଇଁ ନିଲମ୍ବନ କରିବାକୁ ଦାବି କରିଛନ୍ତି l ସେମିତି ହିଁ କିଛି ଦିନ ପୂର୍ବରୁ ବାସିପିଠା ବିଦ୍ୟାଳୟରେ ଛାତ୍ର ମାନଙ୍କୁ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ମାଡ ମରାଯିବା ଘଟଣା କିମ୍ବା ଛାତ୍ର ମାନେ ଅନ୍ୟ ଛାତ୍ର କୁ ରେଗିଂ କରିବା ଘଟଣା ପରେ ମଧ୍ୟ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l ବାସିପିଠା ଏସଏସଡି ବିଦ୍ୟାଳୟର ପ୍ରଧାଶିକ୍ଷକ ଆଶ୍ରମ ଅନ୍ତେବାସୀଙ୍କ ଖାଦ୍ୟ ବାଟ ମାରଣା ଭଳି ଗୁରୁତ୍ଵର ଅଭିଯୋଗ ରହିଥିଲେ ସୁଧା ତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପ୍ରଶାସନ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି l ମାସାଆର୍ମୀ ସଂଗଠନର ଉକ୍ତ ଦାବିକୁ ପ୍ରଶାସନ ପୁରଣ ନ କଲେ ମାସା ଆର୍ମୀ ପକ୍ଷରୁ ଆସନ୍ତା ଏପ୍ରିଲ ମାସ ୨୯ ତାରିଖ ଉଦଳା ବନ୍ଦ କରାଯିବ ଅଥବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ରାଜ୍ଯ ସଭାପତି ସୁକୁଲାଲ ମାରାଣ୍ଡି ଚେତାବନୀ ଦେଇଛନ୍ତି l ଗତକାଲି ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତିଙ୍କ ସହିତ ଶିବ ସରେନ, ରାଜା ହେମ୍ବ୍ରମ, କୃଷ୍ଣଚନ୍ଦ୍ର ଟୁଡୁ, ବୀରଭୀମ ମରାଣ୍ଡି ପ୍ରମୁଖ ସାମିଲ ଥିଲେ l
