ବ୍ରହ୍ମପୁରରେ 2 ୟ ‘ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍ଘାଟିତ ।
ବ୍ରହ୍ମପୁର,(ମାନିସ)ଗୁପ୍ତା ଇଭେଣ୍ଟ ପକ୍ଷରୁ ଶୁକ୍ରବାର ୧୩ ତାରିଖ ଠାରୁ ଆରମ୍ଭ ହୋଇଛି।ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳା ୧୩ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଦିର୍ଘ ୧୧ଦିନ ଧରି ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଖେଳ ପଡିଆରେ ଆୟୋଜିତ ହୋଇଛି। ଆଜି ଏହି ବାଣିଜ୍ୟ ମେଳା ର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଶୋକ କୁମାର ବ୍ରହ୍ମା ସଭାପତି ବ୍ରହ୍ମପୁର ପ୍ରେସ କ୍ଳବ୍,ସମ୍ମାନିତ ଅତିଥି ଭାବେ,ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ,ନାରାୟଣ ମହାଙ୍କୁଡ଼,ସମୀର ଆଚାର୍ଯ୍ୟ,ସୁଧିପ ସାହୁ,ଶକ୍ତି ଧର ରାଜଗୁରୁ,ରାଜେଶ ସାହୁ,ସୁଶାନ୍ତ ସାବତ,ସଭାପତି ମହାନ୍ ସଂଘ,ସଂସ୍ଥାର ମୁଖ୍ୟ ସୁଜିତ୍ ଗୁପ୍ତା,ପାୟଲ ଗୁପ୍ତା ଯୋଗ ଦେଇଥିଲେ । ରାଜ୍ୟବାହାରୁ ଏପରିକି ବିଦେଶରୁ ମଧ୍ୟ ପ୍ରାୟ ୧ଲକ୍ଷ ପ୍ରକାରର ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହିତ ବିକ୍ରୀ କରାଯାଉଛି। ଏଥିରେ ଦେଶର ୨୨ଟି ରାଜ୍ୟ ସମେତ ୧୦ଟି ଦେଶରୁ ବ୍ୟବସାୟୀମାନେ ନିଜ ନିଜ ଉତ୍ପାଦକୁ ପ୍ରଦର୍ଶନୀ କରିବେ । ମୁଖ୍ୟତଃ ରିଅଲ ଇଷ୍ଟେଟ, ଷ୍ଟାର୍ଟଅପ୍ ଉତ୍ପାଦନ, ବ୍ୟାଙ୍କିଙ୍ଗ, ନିର୍ମାଣ ସାମଗ୍ରୀ, ଘରକରଣା, ଆସବାବପତ୍ର ଭାରତୀୟ ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ, ଆଣ୍ଟିକ କଂସା ଓ ପିତଳ ସାମଗ୍ରୀ, ଗୃହ ସାଜସଜ୍ଜା ସାମଗ୍ରୀ, ଖଦି ଓ କୁରେସିଆ ସାମଗ୍ରୀ, ଦେଶବିଦେଶର ଶାଢି, ସୌନ୍ଦର୍ଯ୍ୟ ପ୍ରସାଧନ, ଇଲୋକ୍ଟ୍ରୋନିକ, ମାର୍ବଲ ମୂର୍ତ୍ତି ଆଦି ସମେତ ବିଭିନ୍ନ ପ୍ରକାରର ସୁଗ୍ଧାବୁ ଖାଦ୍ୟର ସମ୍ଭାର ରହିବ ଏହି ମେଳାରେ ଆଫଗାନିସ୍ଥାନର ୧୦୦ରୁ ଉତ୍କର୍ ଡ୍ରାଇ ଫୁଲ୍ଗୁ, ଜର୍ମାନୀ ଲ୍ୟାମ୍ପୁ, ବାଂଲାଦେଶୀ ହ୍ୟାଣ୍ଡଲ୍ଲମ, ଦୁବାଇର ଅତର ଓ ବସ୍ତ୍ର ଆଇଲ୍ୟାଣ୍ଡର ଗହଣା, କୋରିଆର ପ୍ରସାଧନ ସାମଗ୍ରୀ, ଇରାନୀ ଗାଲିଚା, ସିଙ୍ଗାପୁରର ବିଭିନ୍ନ ଉପରୋକ୍ତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ସମସ୍ତ ଗ୍ରାହକ ଓ ଦର୍ଶକଙ୍କ ପାଇଁ ୨୦ଟଙ୍କାର ପ୍ରବେଶ ଫି ରଖାଯାଇଥିବା ବେଳେ ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି। ମେଳାରେ ପ୍ରତି ସନ୍ଧ୍ୟାରେକାର୍ଯ୍ୟକ୍ରମରେ ଦର୍ଶକ ଙ୍କ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ଆୟୋଜନ ଦର୍ଶକଙ୍କ ପାଇଁ କରାଯାଇଛି।ଶେଷର ଅନନ୍ତ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ ।
