ଭଦ୍ରକରେ ଜାତୀୟସ୍ତରୀୟ ୨ୟ ବାଣିଜ୍ୟ ମେଳା

ଭଦ୍ରକରେ ଜାତୀୟସ୍ତରୀୟ ୨ୟ ବାଣିଜ୍ୟ ମେଳା ଡିସେମ୍ବର ୨୪ ରୁ ଆରମ୍ଭ ଆୟୋଜକଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଭଦ୍ରକ, ୧୮/୧୨ – ଭଦ୍ରକ ଗେଲପୁର ପଂଚାୟତର ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ସାମରାଇପୁର (ନୟରା ପେଟ୍ରୋଲ ପମ୍ପ) ନିକଟରେ ଚଳିତମାସ ଜାତୀୟସ୍ତରୀୟ ୨ୟ ବାଣିଜ୍ୟ ମେଳା ଅନୁଷ୍ଠିତ ହେଉଛି। ଏହା ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘ, ଭଦ୍ରକ ଶାଖା ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଏଥି ଉପଲକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର କାର୍ତିକନାଥ ମଂଡଳ ଙ୍କ ପକ୍ଷରୁ ଭୂମିପୂଜନ ସଂପନ୍ନ ହୋଇଛି। ତେବେ ଏଥି ଉପଲକ୍ଷେ ଆଜି ଭଦ୍ରକର ମାକ୍ରୋୱେବ ଟେକନୋଲୋଜି ପରିସରରେ ବାଣିଜ୍ୟ ମେଳାର ସଂପାଦକ ମନୋଜ ରାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଶ୍ରୀ ରାୟ, ମେଳାର ସଭାପତି ସୁଶାନ୍ତ ନାୟକ,ଆବାହକ ସୁରଜ କୁମାର ସାହୁ,ପୃଷ୍ଠପୋଷକ ବସନ୍ତ କୁମାର ରାଉତ ଓ ଶଶିଶେଖର ବେହେରା, କୋଷାଧକ୍ଷ କମଳାକାନ୍ତ ସାହୁ ପ୍ରମୁଖ ଦେଇଥିବା ସୂଚନା ଅନୁସାରେ ଗତବର୍ଷ ଏହି ବାଣିଜ୍ୟ ମେଳାର ପ୍ରଥମ ବର୍ଷରେ ଭଦ୍ରକ କଲେଜ ପଡିଆରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୮୦ ଟି ଷ୍ଟଲ୍ ପଡିଥିବାବେଳେ ଚଳିତବର୍ଷ ତାହା ବୃଦ୍ଧି ପାଇ ୨୪୦ ଟିରେ ପହଂଚିଛି। ଏହି ମେଳାରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ଓ ଅଂଶଗ୍ରାହୀମାନେ ଭାଗ ନେବେ। ଏଥିରୁ ୬୦ଟି ଷ୍ଟଲ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫଓ ଦ୍ୱାରା ପ୍ରାୟୋଜିତ ହେବ। ଏଥିସହିତ ୫୦ଟି ବିଶେଷ ପିଏମ୍ ବିଶ୍ୱକର୍ମା ଷ୍ଟଲ୍ ମେଳାର ମୁଖ୍ୟ ଆକର୍ଷଣ ହେବ, ଯେଉଁଠାରେ ଗ୍ରାମୀଣ କାରିଗରମାନେ ନିଜ ନିଜ କଳା କୌଶଳ ପ୍ରଦର୍ଶନ କରିବେ। ଏହି ମେଳାରେ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଯାନବାହନ ଓ ଛୋଟ ପିଲାଙ୍କ ପାଇଁ ମିନାବଜାର, ବିଭିନ୍ନ ଖାଦ୍ୟ ସାମଗ୍ରୀ ସ୍ଥାନ ପାଇବ। ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବିଶେଷକରି ଜିଲାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଗୁଡିକୁ ଏଥିରେ ପ୍ରାଧାନ୍ୟ ଦିଆଯିବ।ତେବେ ଏହି ମେଳାର ସଫଳତା ନିମନ୍ତେ ସମ୍ପାଦକ ଶ୍ରୀ ରାୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ବିଶେଷ ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *