ଦ୍ବିତୀୟ ମଙ୍ଗଳବାର ପାଳି ଯାତ୍ରା ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମାମଙ୍ଗଳା

କାକଟପୁର:- ୧୭/୩- ପୁରୀଜିଲ୍ଲା କାକଟପୁରର ଅଧୂଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରାର ମଙ୍ଗଳବାର ଥିଲା ଚୈତ୍ର ଦ୍ବିତୀୟ ପାଳି ଯାତ୍ରା I ରାତ୍ର ୨ ଘଟିକା ଠାରୁ ମଙ୍ଗଳ ଆଳତୀ ପରେ ସ୍ନାନ, ମାର୍ଜନା ଓ ବେଶ ପରେ ସୂର୍ଯ୍ୟପୂଜା, ବଲ୍ଲବ, ସକାଳଧୂପ ନୀତି ଅନୁଷ୍ଠିତ ହେବାପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା । ମାତୃଭକ୍ତି ମାନେ ଉତ୍ତର ଦ୍ବାରରେ ପ୍ରବେଶ କରିବା ପରେ ଧାଡ଼ିରେ ଯାଇ ମା ଙ୍କର ମହାଲକ୍ଷ୍ମୀ ବେଶ ଦର୍ଶନ କରି ପରିବାରରେ ଶୁଭ ମନାଶି ଥିଲେ I ମାନସିକ ଧାରୀ ମହିଳା ମାନେ ମନ୍ଦିର ବେଢା ମଧ୍ୟରେ ପନ୍ଥେଇ ପୂଜା କରି ନିଶା ମଙ୍ଗଳବାର ଓଷା ସମ୍ପନ୍ନ କରିଥିଲେ I

ଦିନ ୨ ଘଟିକା ସମୟରେ ମା ଶାରଳାଙ୍କ ଝଙ୍କଡ଼ ପୀଠରୁ ଆସିଥ‌ିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳ ତୋଳି ମନ୍ଦିର ସମ୍ମୁଖ ମ୍ମୁଖରେ ଓ ମନ୍ଦିର ବେଢାରେ ପାରମ୍ପରିକ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ I ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିର ବାହାର ଓ ଭିତର ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା I କାକଟପୁର ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରାଯିବା ସହିତ ମନ୍ଦିର ଭିତରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା I

Leave a Reply

Your email address will not be published. Required fields are marked *