କୋଡିଙ୍ଗା ମାଳିରୁ ୩ ରୁ ୬ ମିଲିୟନ ଟନ ବକ୍ସାଇଟ୍ ବନ୍ଦ କରିବା ପାଇଁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
କୋଡିଙ୍ଗା ମାଳିରୁ ୩ ରୁ ୬ ମିଲିୟନ ଟନ ବକ୍ସାଇଟ୍ ବନ୍ଦ କରିବା ପାଇଁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
୫/୮/୨୫(ତୀର୍ଥେକ୍ଷେତ୍ର) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ, ଓ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ସୀମାନ୍ତ ରେ ଥିବା ନିର୍ମାଣ ଧିନ କଂସାରିଗୁଡା ଆଦିତ୍ୟ ଆଲୁମିନା ରିଫେଇନରି ପ୍ରକଳ୍ପନିର୍ମାଣ ପାଇଁ ଅଞ୍ଚଳ ବାସିଙ୍କ ଏକ ଦଶନ୍ଧି ରୁ ଉର୍ଧ ସମୟ ସଂଗ୍ରାମ ପରେ ଅଞ୍ଚଳରେ ପୁର୍ବତନ ସରକାର ଙ୍କ ନିର୍ଦ୍ଧେଶ ନୁ ଯାଇ ପ୍ରକଲ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାରଖାନା ପାଇଁ ପୁଣି ଏକ ସମସ୍ୟା ମୁଣ୍ଡ ଟେକୁଥିବା ଅଞ୍ଚଳବାସି ହୃଦୟଙ୍ଗମ କରି ସାରିଲେଣି ଯେ କୋଡିଙ୍ଗା ମାଳି ଠାରୁ ଯଦି ବେଦାନ୍ତ କମ୍ପାନୀକୁ ୩ ରୁ ୬ ମିଲିୟନ ଟନ ବକ୍ସାଇଟ୍ omc ପକ୍ଷରୁ ଦେଈ ଦିଆଜାଏ ତାହେଲେ ଅଂଚଳରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ଗଡି ଉଠି ଥିଲେ ମଧ୍ୟ ଅଞ୍ଚଳ ବାସି ଙ୍କ ଭବିଶ୍ଵତ ଅନ୍ଧକାର ବୋଲି ପୂର୍ବ ଅନୁମାନ କରି କାଶୀପୁର ଓ ଲକ୍ଷ୍ମୀପୁର ଅଞ୍ଚଳ ର ସର୍ବ ଦଳୀୟ ପ୍ରତିନିଧି ଓ କଂସାରୀଗୁଡା ଆଦିତ୍ୟ ଆଲୁମିନା ରିଫେନରୀ ପ୍ରଭାବିତ ଓ ବାଶ ଚିଉତ ପରିବାର ର ସଦସ୍ୟ ମାନେ ଭୁବନେଶ୍ୱର ଠାରେ ମୂଖ୍ୟମନ୍ତ୍ରୀ ଉପ ମୁଖ୍ୟମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ଖଣି ମନ୍ତ୍ରୀ ଓଡିଶା ମୂଖ୍ୟ ଶାସନ ସଚିବ ଙ୍କ ଶହ ପୃଥକ ପୃଥକ ଆଲାଚୋନା କରି ସମଶ୍ୟା ପ୍ରତୀ ଅବଗତ କରାଇ ଥିଲେ ମୂଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ସର୍ବ ଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ କଥା ଦେଇଥିବା ବେଳେ omc ର ଜଣେ ଉଚ୍ଚ ପଦାଧିକାରୀ ଅଞ୍ଚଳ ବାସୀଙ୍କ ସମସ୍ୟା ଶୁଣିବା ବଦଳରେ ବେଦାନ୍ତ ର ଦଲାଲ ସାଜି ଅଞ୍ଚଳ ବାସୀଙ୍କୁ କହିଛନ୍ତି ବେଦାନ୍ତ ର ୩ ମିଲିୟନ ଟନ ବନ୍ଦ କରି ଦେଖ omc ର ଉଚ୍ଚ ପଦାଧିକାରୀ ଙ୍କ ଏ ଭଳି କଟୁ ମନ୍ତବ୍ୟ କୁ ଅଞ୍ଚଳ ବାସି ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଆଗାମୀ ଦିନରେ କର୍ତ୍ତୃପକ୍ଷଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସୂଚନା ମିଳିଛି ମୂଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର କାର୍ଯ୍ୟକ୍ରମ ରେ ପୂର୍ବତନ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପୂର୍ବତନ ବିଧାୟକ ଲକ୍ଷ୍ମୀପୁର କୈଳାସ କୁଲେଶିକା ପୁର୍ବତନ ବିଧାୟକ କୋରାପୁଟ କୃଷ୍ଣ ଚନ୍ଦ୍ର ସଗରିଆ ଡଉଲ ରତ୍ନ ଚୌଧୁରୀ, ନିଳକଣ୍ଠ ଝୋଡ଼ିଆ, ରାଜେନ୍ଦ୍ର ଦୁରିଆ, ବିଦ୍ୟା ରତ୍ନ ଚୌଧୁରୀ, ଅଗସ୍ତି ହାଳବା, ଯାଦବ ଚୌଧୁରୀ, ସୁବାଷ ବାଘ, ଅଭିଜିତ ବାଘ, ଲଷ୍ମୀଧର ବାଘ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ରହି ଥିଲେ |
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
