୩ ବର୍ଷ ହେଲାଣି ଅଧାପନ୍ତରିଆ ହୋଇ ପଡ଼ିରହିଛି ଗୃହ ନିର୍ମାଣ,
୩ ବର୍ଷ ହେଲାଣି ଅଧାପନ୍ତରିଆ ହୋଇ ପଡ଼ିରହିଛି ଗୃହ ନିର୍ମାଣ, ଶୁଣୁନାହାନ୍ତି ଠିକାଦାର, ଅସୁରକ୍ଷିତ ଘରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ
ଗଣିଆ – ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ୩ ବର୍ଷ ହେଲାଣି ଅଧାପନ୍ତରିଆ ହୋଇ ପଡ଼ିରହିଛି ଗୃହ ନିର୍ମାଣ । ଯେତେ କହିଲେ ବି ଶୁଣୁନାହାନ୍ତି ଠିକାଦାର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକରେ ଥିବା ପ୍ରାଣୀ ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ୭୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି । ଗତ ୩ ବର୍ଷ ତଳେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଠିକା ସଂସ୍ଥାର ଅପାରଗତା ଯୋଗୁଁ ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ବିଭାଗୀୟ ଅଧିକାରୀ । ପୁରୁଣା ଗୃହଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଛାତରୁ ପାଣି ଗଳୁଛି । ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ । ଅସୁରକ୍ଷିତ ଘରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ । ଠିକାଦାରଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେ ଶୁଣୁନଥିବା ସୂଚନା ଦେଇଛନ୍ତି ପ୍ରାଣୀ ଚିକିତ୍ସକ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ୩ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଗୃହକାର୍ଯ୍ୟ ସଂପୂର୍ଣ୍ଣ ନହେବାର କାରଣ କ’ଣ ? ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି କାହିଁକି ? ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ ପରିସରରେ ଯଦି କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା କାହିଁକି ? ତେବେ ତୁରନ୍ତ ଉକ୍ତ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
