ପବିତ୍ର ଅଗ୍ନିଉତ୍ସବରେ ପ୍ରଭୁଗୋରେଖନାଥଙ୍କୁ ଦର୍ଶନ କଲେ ୩୦ ହଜାର ଉର୍ଦ୍ଧଭକ୍ତ।
ରଘୁନାଥପୁର ତା ୧/୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରକେରା ସ୍ଥିତ ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁଗୋରେଖନାଥ ପିଠରେ ପ୍ରତିବର୍ଷ ଭଳି ଚଳିତ ପବିତ୍ର ମାଘପୂର୍ଣ୍ଣିମା ତଥା ଅଗ୍ନି ଉତ୍ସବରେ ପ୍ରଭୁଙ୍କ ର ପାରମ୍ପାରିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପ୍ରାତଃହରୁ ପ୍ରଭୁଙ୍କ ର ମହାତ୍ସାନ କରାଯାଇ ସମସ୍ତ ନିତିକ୍ରାନ୍ତି କରାଯିବାପରେ ବିଭିନ୍ନ ପୂଜାଉପଚାର ଚାଲୁରହିଥିଲା।ସକାଳୁ ପିଠମଧ୍ୟକୁ ଭକ୍ତମାନଙ୍କ ଆଗମନ ହୋଇ ମଧ୍ୟାହ୍ନ ରେ ଅସମ୍ଭାଳ ଭିଡଯମିଥିଲା।ଏହି ଉତ୍ସବରେ ୩୦ହଜାରରୁ ଉର୍ଦ୍ଧଭକ୍ତ ପିଠରେ ପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭକରିବା ସହିତ ପିଠପକ୍ଷରୁ କରାଯାଇଥିବା ପ୍ରସାଦ ସେବନକରି କୁତାର୍ଥ ହୋଇଥିଲେ।ପିଠମଧ୍ୟରେ ଦିନତମାମ ଭଜନକିର୍ତ୍ତନ ହେବାସହିତ ସନ୍ଧ୍ୟାରେ ଭଜନ ସମାରୋହ ଓ ରାତିରେ ସ୍ଥାନୀୟ ବାସିନ୍ଦା ମାନଙ୍କ ପକ୍ଷରୁ ୨ଦିନ ଧରି ଡ୍ରାମା ପରିବେଶଣର ବ୍ୟବସ୍ଥା ରହିଛି।ପ୍ରବଳ ଭିଡକୁ ଲକ୍ଷକରି ମାଜିଷ୍ଟେଟ ଭାବେ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଉପସ୍ଥିତ ଥିବାବେଳେ ତିର୍ତୋଲ ଆଇଆଇସି ପ୍ରଦିପ୍ତ କୁମାର ସେଠି ଓ କିଷ୍ଣାନନ୍ଦପୁର ଆଇଆଇସି ସୁବ୍ରତ ଦାଶ ଙ୍କ ନେତୃତ୍ୱ ରେ ବ୍ୟାପକ ପୋଲିସ ମୣତୟନ କରାଯାଇ ଭିଡକୁ ନିୟନ୍ତ୍ରଣ କରାଯାଇଥିଲା।ରଘୁନାଥପୁର ଗେଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଓ ଜଇପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା।ରଘୁନାଥପୁର ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ପାନୀଜଳର ଓ ପରିମଳର ସୁବ୍ୟବସ୍ଥା କରାଯାଇଥିଲା।

ପିଠର ନିର୍ବାହୀ ଅଧିକାରୀ ସୈଜ୍ୟରଂଜନ ପରିଜା,ଆଇନଜୀବୀ ଜୀବନବଲ୍ଲବ ମହାନ୍ତି,ଦିଲପ ସ୍ବାଇଁ,ମେମ୍ବର ପ୍ରମୋଦ କୁମାର ମହାନ୍ତି,ବିଜୟ କୁମାର ସ୍ବାଇଁ,ସୁଶାନ୍ତ କୁମାର ଦାଶ,ସୁରେନ୍ଦ୍ର କୁମାର ସ୍ବାଇଁ,ରମେଶ ଚନ୍ଦ୍ର ମହାନ୍ତି,ହିସାବ ରକ୍ଷକ ସରୋଜ କାନ୍ତ ସାହାଣୀ,ପ୍ରାଣକୣଷ୍ଣ ବାରିକ ଓ ସ୍ଥାନୀୟ ସେଛାସେବୀ ସଂଗଠନ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଏହି ଉତ୍ସବ ଶାନ୍ତିସୣଙ୍ଖଳାର ସହ ସମାପନ ହୋଇଥିଲା।ପୂଜା କାର୍ଯ୍ୟରେ ଦିଲିପ କୁମାର ପଣ୍ଡା,ରମେଶ ଚନ୍ଦ୍ର ପଣ୍ଡା,ଗୋଲେଖ ବିହାରୀ ଦାଶ,ଜ୍ଞାନରଂଜନ ଦାଶ,ନିରଂଜନ ଦାଶ ପ୍ରମୁଖ ରହିଥିଲେ।
