ଷ୍ଟେସନରୁ ୩୦ କିଲୋ ଗଞ୍ଜେଇ ଜବତ

ଷ୍ଟେସନରୁ ୩୦ କିଲୋ ଗଞ୍ଜେଇ ଜବତ; ଧରାପଡ଼ିଲେ ଦୁଇ, ଖସିଗଲା ମାଷ୍ଟ୍ରର ମାଇଣ୍ଡ

ଭଦ୍ରକ: ଗଞ୍ଜେଇ ବେପାରର ନୂଆ ଫଣ୍ଡା। ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇଦେବାକୁ ଦେଉଥିଲେ ୩ ହଜାର ଟଙ୍କା।ଏମିତି ଏକ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗଞ୍ଜେଇ ସହ ଧରିଛି ଭଦ୍ରକ ଆରପିଏଫ ।ସୂଚନା ଅନୁଯାୟୀ, ଭଦ୍ରକ ଷ୍ଟେସନରେ ଭଦ୍ରକ ରେଳ ସୁରକ୍ଷା ବଳ ଦୁଇ ଯୁବକଙ୍କ ଗତିବିଧିକୁ ସନ୍ଦେହ କରି ସେମାନଙ୍କ ପାଖରେ ଥିବା ବ୍ୟାଗ ଯାଞ୍ଚ କରିଥିଲେ। ଯେଉଁଥିରେ ରହିଥିଲା ଗଞ୍ଜେଇ। ତେବେ ଦୁଇ ଯୁବକଙ୍କୁ କାବୁ କରିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ମାଷ୍ଟର ମାଇଣ୍ଡ ସେଠାରୁ ଫେରାର ହୋଇଯାଇଥିଲା। ତେବେ ବ୍ୟାଗରୁ ୩୦ କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ନେଇ ଆରପିଏଫ ଥାନାଧିକାରୀ ଏମ୍ ମହେଶ ସୂଚନା ଦେଇଛନ୍ତି। ଆରପିଏଫ ଦ୍ଵାରା ଗିରଫ ଦୁଇ ଯୁବକ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଅଧିନ ସଲାର ଅଞ୍ଚଳର ଏସକେ ବାଦଲ ଓ ନୁର ଇସଲାମ ବୋଲି ସୂଚନା ମିଳିଛି।
ମାଷ୍ଟର ମାଇଣ୍ଡ ଏସକେ ହିଲାଲ ଆରପିଏଫକୁ ଦେଖି ଭଦ୍ରକ ଷ୍ଟେସନରୁ ଫେରାର ହୋଇଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ ଗଞ୍ଜେଇ ବ୍ୟାଗକୁ ହାୱଡ଼ାରେ ପହଞ୍ଚାଇବା ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଦିଆଯାଇଥିଲା। ପରେ ସେଠାରୁ ଅନ୍ୟ ଏଜେଣ୍ଟ ଦ୍ଵାରା ଗୁଜୁରାଟ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ହୋଇଥାନ୍ତା।

Leave a Reply

Your email address will not be published. Required fields are marked *