କାର ସହ ୩୦କିଲୋ ଗଞ୍ଜେଇ ଜବତ ।
କନ୍ଧମାଳ ତା ୨୭/୦୨/୨୦୨୫ ଫିରିଙ୍ଗିଆ କନ୍ଧମାଳ ଜିଲ୍ଲା ରେ କିଛିଦିନ ହେଲା ରେ କଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ ଜାରିରହିଥିବା ବେଳେ ଅନୁରୂପ ଭାବରେ ଗଞ୍ଜେଇ କାରବାର କୁ ନେଇ ସବୁ ବେଳେ ଚର୍ଚ୍ଚା ରେ ରହିଆସୁଥିବା ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ୍ୟ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଛି I ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ କାର ସହ ଜଣେ ଆନ୍ତରାଜ୍ୟ ପେସଦାର ଗଞ୍ଜେଇ ମାଫିଆ କୁ ଗିରଫ କରିବାରେ ସଫଳ ହୋଇଥିବା ଉକ୍ତ କାର ରୁ ୩୦ କିଲୋ ଗଞ୍ଜେଇ କୁ ମଧ୍ୟ୍ୟ ଜବତ କରିଛି I ସୂଚନା ଅନୁସାରେ ମଙ୍ଗଳବାର ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଏସଆଇ ପ୍ରମୋଦ କୁମାର ବେହେରା ଙ୍କ ସହ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଫିରିଙ୍ଗିଆ ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଯାଉଥିବା ଏକ କାର କୁ ସନ୍ଦେହ ରେ ଅଟକାଇଥିଲେ I ପୋଲିସ କୁ ଦେଖି କାର ରୁ କିଛି ଲୋକ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲେ I ପରେ କାର କୁ ଯାଞ୍ଚ କରିବା ସମୟରେ କାର ଡ଼ିକିରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଥିଲା I ତେବେ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଡ଼ସାହି ବାଇଗଣିଆ ଗାଁ ର ଶଶୀଧର ଦାସ ବୋଲି ଜଣାପଡିଥିବା ବେଳେ ସେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି I ସେପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୪୬/୨୦୨୫ ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ସହ ଗିରଫ ଗଞ୍ଜେଇ ମାଫିଆ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I
