୩୦ ତମ ଗୋପାଳଜୀୟୁ କ୍ରିକେଟ ଟ୍ରୁର୍ନାମେଣ୍ଟ ଅନୁଷ୍ଠିତ

୩୦ ତମ ଗୋପାଳଜୀୟୁ କ୍ରିକେଟ ଟ୍ରୁର୍ନାମେଣ୍ଟ ଅନୁଷ୍ଠିତ ।

ଗୋପ :- 26/12/2025 ( ) ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗଣେଶ୍ୱରପୁର ହାଇସ୍କୁଲ ଖେଳ ପଡିଆ ଠାରେ ୩୦ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟ୍ରୁର୍ନାମେଣ୍ଟ ଅନୁଷ୍ଟିକ ଭାବେ ଉଦଘାଟିତ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ ଗୋପ ବ୍ଲକ ର ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ , ଗୋପ ଅଞ୍ଚଳ ର ବରିଷ୍ଠ ଶିକ୍ଷାବିତ ତଥା ନିମାପଡ଼ା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦାଶ, ଗଣେଶ୍ୱରପୁର ହାଇ ସ୍କୁଲ୍ ର ପ୍ରଧାନଶିକ୍ଷକ ଈଶ୍ୱର ଚନ୍ଦ୍ର ପୃଷ୍ଟି, ପୂର୍ବତନ ପ୍ରଧାନଶିକ୍ଷକ ଲାଲା ହରିପ୍ରସାଦ ଚାନ୍ଦ ପ୍ରଭୁତି ଯୋଗ ଦେଇଥିଲେ। ପ୍ରାରମ୍ବିକ ମ୍ୟାଚ୍ ରେ ପ୍ରଥମେ ଟସ୍ ରେ ଜିତି କିଶୋର ସ୍ପୋର୍ଟିଂ କ୍ଳବ ଭୁବନେଶ୍ବର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ ହରାଇ ୧୪୪ ରୁନ୍ କରିଥିଲା। ଦଳ ପକ୍ଷରୁ ଆୟୁସଜିତ ମହାନ୍ତି ୫୬ ବଲ ରେ ୫୭ ରନ ସଂଗ୍ରହ କରିଥିଲେ ,ପ୍ରୀତ୍ୟୁଷ ନାୟକ ୩୬ ରନ କରିଥିଲେ। ଆଦିତ୍ୟ ଏକାଡେମୀ ପକ୍ଷରୁ ଅରିଫ୍ ଖାଁ ୨୩ ରନ ଦେଇ ୩ ଟି ୱିକେଟ , ସୂର୍ଯ୍ୟକାନ୍ତ ପ୍ରଧାନ ୨୬ ରନ ଦେଇ ୨ ଟି ୱିକେଟ ନେଇ ଥିଲେ। ଜବାବ ରେ ଆଦିତ୍ୟ ଏକାଡେମୀ ଭୁବନେଶ୍ୱର ତରଫରୁ ନୟନ ଗୁପ୍ତା ୩୭, ଶିଶିର ପଟ୍ଟନାୟକ ୨୮ ରନ କରିଥିଲେ। ଆଦିତ୍ୟ ଏକାଡେମୀ ଭୁବନେଶ୍ୱର ୧୬.୩ ଓଭର ରେ ୫ ୱିକେଟ ହରାଇ ୧୪୫ ରନ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଅରିଫ୍ ଖାନ ଆଜି ର ମ୍ୟାଚ ରେ ମାନ ଅଫ ଦି ମ୍ୟାଚ୍ ହୋଇଥିଲେ। ପିତାମ୍ବର ନାୟକ ଆଜି ର ମାନ ଅଫ ଦି ମ୍ୟାଚ୍ ବିବେଚିତଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ମ୍ୟାଚ୍ କୁ ପରିଚାଳନା କରିଥିଲେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସିକୃତି ପ୍ରାପ୍ତ ଆମ୍ପୟାର ଦେବେନ୍ଦ୍ର ନାଥ ମିଶ୍ର ଆଉ ରଶ୍ମୀକାନ୍ତ ଦାସ । ସ୍କୋରେର ଥିଲେ ଅମିତାଭ ବେହେରା। ଆଉ ଅନଲାଇନ ସ୍କୋରର ଥିଲେ ପପୁ। ଆସନ୍ତା କାଲି ୨ୟ ମ୍ୟାଚ୍ ରେ କଟକ ର ନିମପୁର ଆଉ ପୁରୀ ଏକାଦଶ ମଧ୍ୟ ରେ ଖେଳାଯିବ ବୋଲି କ୍ଲବ ର ଜ୍ୟୋତି ରଞ୍ଜନ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *