ତିରିଶତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଯାପିତ

ଗୌରାଙ୍ଗ,ବୀରେନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଓ ପବିତ୍ର ମୋହନ ସମ୍ବର୍ଦ୍ଧିତ -ବହିର ବାସ୍ନା ଓ ପାଠକଙ୍କ କୋଳାହଳ ଭିତରେ ଉଦଯାପିତ ହୋଇଯାଇଛି ତିରିଶତମ ପୁସ୍ତକ ମେଳା। ଶିକ୍ଷାବିତ୍ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା,ମୁନିସିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ୍ କୁମାର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଗିରିଶ ନାୟକ, ବରିଷ୍ଠ ଯୁବ ଅଧିବକ୍ତା ବିଭୁପ୍ରସାଦ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ କଂପ୍ୟୁଟର ଓ ମୋବାଇଲ ର ଇ-ଵହି ବ୍ୟାପକତା ଭିତରେ ବହି ବଞ୍ଚି ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସଂପାଦକ ଚକ୍ରଧର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ, ପ୍ରାବନ୍ଧିକ ଗୌରାଙ୍ଗ ପରିଡା , ଗବେଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗୀତାଞ୍ଜଳି ପବ୍ଲିକେସନ ଓ କବି ପବିତ୍ର ମୋହନ ଦାଶଙ୍କୁ ରାଜ୍ୟସ୍ତରୀୟ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନାମ ଚନ୍ଦ୍ର ସାହୁ, ରାଜକିଶୋର ମିଶ୍ର, ଜଟାଧାରୀ ମିଶ୍ର, ପ୍ରସନ୍ନ ମିଶ୍ର ମଞ୍ଚାସୀନ ଥିବାବେଳେ, ସମ୍ମାନ ପ୍ରଦାନ ଓ ପୁରସ୍କାର ପ୍ରଦାନ ଉତ୍ସବ କୁ ପରିଚାଳନା କରିଥିଲେ ଡକ୍ଟର ବଦ୍ରି ମିଶ୍ର, ସୁକାନ୍ତ ପଣ୍ଡା, ଶ୍ୟାମ ପ୍ରକାଶ ସେନାପତି ଓ ସ୍ବାଧୀନ ପଣ୍ଡା। ଏହି ଅବସରରେ ଜ୍ୟୋତିର୍ବିଦ୍ ଅନାମ ସାହୁଙ୍କ ପୁସ୍ତକ ଜ୍ୟୋତିଷ ସୁଧାକରକୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହି ପରିପ୍ରେକ୍ଷୀରେ ଓଡ଼ିଆ ବକ୍ତୃତା, ଭାଷାଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବଳିଷ୍ଠ ଓ କନିଷ୍ଠ ବିଭାଗ ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରାରମ୍ଭରେ ଇହଲୀଳା ସମ୍ବରଣ କରିଥିବା ସୁନୀଲ ରଥ, ଶଙ୍କର ପରିଡା, ନାରାୟଣ ନନ୍ଦ,ବିମଳ ପ୍ରସାଦ ଦାସ ଓ ଭବାନୀ ପ୍ରସାଦ ବଳିୟାର ସିଂହଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯିବା ପରେ ଓଡ଼ିଶା ସଂଗୀତ ପରିଷଦ ର କଣ୍ଠଶିଳ୍ପୀମାନେ ଜଗନ୍ନାଥ ବନ୍ଦନା ଗାନ କରିଥିଲେ। ଭୋଳାନାଥ ବିଦ୍ୟାପୀଠ ପରିସରରେ ଦଶଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳାରେ ଚଳିତ ବର୍ଷ ୫୬ଟି ପ୍ରକାଶନ ସଂସ୍ଥା ର ୧୨୦ଟି ଷ୍ଟଲ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମେଳା କମିଟି ର ରଘୁନାଥ ମହାପାତ୍ର,ପୁଷ୍କର ମହାପାତ୍ର, ପ୍ରଫୁଲ୍ଲ ସାମନ୍ତରାୟ, ଶ୍ରୀକାନ୍ତ ମହାନ୍ତି,ବିପିନ ଦଳାଇ, ଭାସ୍କର ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *