ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ତ୍ରିଂଶତମ କ୍ରୀଡ଼ା ସମାରୋହ

ଆସିକା:-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା ଠାରେ ବିଦ୍ୟାଳୟର ତ୍ରିଂଶତମ ବାର୍ଷିକ କ୍ରୀଡା ସମାରୋହ କାଳଷଣ୍ଢପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି।ଶିଶୁ ବିଦ୍ୟାମନ୍ଦିରର ସଭାପତି ସୁବାଷ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ସଙ୍ଗୀତା ସେନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାକୁ ଉଦଘାଟନ କରିଥିଲେ।ତା ୬.୧୨ଓ ୭.୧୨.୨୪ ରିଖ ଦୁଇ ଦିନଧରି ଚାଲିଥିବା

କାର୍ଯ୍ୟକ୍ରମର ପୁରସ୍କାର ବିବରଣ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ବେଳେ ଶିକ୍ଷା ବିକାଶ ସମିତି, ଓଡିଶାର ପ୍ରାନ୍ତ କାର୍ଯ୍ୟ କାରିଣୀ ସଦସ୍ୟ କିରଣ କୁମାର ପାଢୀ ମୁଖ୍ୟ ଅତିଥି ଓ ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ସାବତ ,ଯୁଗ୍ମ ସଂପାଦକ ପି. ନାଗେଶ୍ଵର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସ୍ୱଦେଶ କୁମାର ଦଳେଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସ୍ୱାଇଁ, ନିତ୍ୟାନନ୍ଦ ସାହୁ,ପ୍ରଭାସ କୁମାର ସାହୁ, ରବୀନ୍ଦ୍ର କୁମାର ସାହୁ, କୃତିବାସ ମହାପାତ୍ର ଗିତାଞ୍ଜଳି ପଟ୍ଟନାୟକ,ଗିତାଞ୍ଜଳି ସାବତ ଓ କ୍ଷୀରାବ୍ଦୀତନୟା ଶର୍ମା, ଉମାକାନ୍ତ ରଣା ଓ ବାଇଧର ପ୍ରଧାନ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *