୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍ଘାଟିତ

ପୁରୀ: ୪/୧: ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ୨୦୨୬ ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠ, ଶରଧାବାଲି ଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ମେଳା କମିଟି ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ଉଦଘାଟକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର, ମୁଖ୍ୟ ଅତିଥି ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ, ପୁରୀ ଏବଂ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ଯୋଗଦେଇ ପୁସ୍ତକ ମେଳା ଆୟୋଜନକୁ ପ୍ରଶଂସା କରିଥିଲେ। ଏହି ଅବସରରେ କମିଟିର ମୁଖପତ୍ର “ବହିବିଚିତ୍ରା’, ଶ୍ରୀ ଭଗବାନ ଦାଶଙ୍କ ରଚିତ ପୁସ୍ତକ ‘ସମୟ ସବୁ ବଦଳାଇଦିଏ’, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ରଚିତ ପୁସ୍ତକ “ଓଡ଼ିଆ ବ୍ୟାକରଣବୋଧ’, ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟଙ୍କ ରଚିତ ପୁସ୍ତକ”ନୀୟବତାର ରିଗିଣୀ’, ଶ୍ରୀ ଜାନକୀ ବଲ୍ଲଭ ଦାଶଙ୍କ ରଚିତ ପୁସ୍ତକ ‘ବିଦୀର୍ଣ୍ଣ ଆକାଶ’ ଶ୍ରୀକାନ୍ତ ମହାନ୍ତିଙ୍କ ସମ୍ପାଦିତ ସଂକଳନ’ଅମୃତ ଅନୁଭବ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ଓଡ଼ିଶା ସଂଗୀତ ପରିଷଦର କଳାକାରମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନାରେ ସରସ୍ଵତୀ ବନ୍ଦନା ଗାନ କରିଥିଲେ। କମିଟିର ସଂପାଦକ ଶ୍ରୀ ଚକ୍ରଧର ମହାପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ମହାନ୍ତି, ଡକ୍ଟର ବଦ୍ରି ମିଶ୍ର, ପୁଷ୍କର ମହାପାତ୍ର, ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଦାଶ, ବିପିନ ବିହାରୀ ଦଳାଇ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସୁକାନ୍ତ ପଣ୍ଡା, ରାଜକିଶୋର ମିଶ୍ର, ଜଟାଧାରୀ ମିଶ୍ର, ଗୀତାଞ୍ଜଳି ପଣ୍ଡା, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରସନ୍ନ ମିଶ୍ର।

Leave a Reply

Your email address will not be published. Required fields are marked *