୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ

“ସେବା ହିଁ ପରମ ଧର୍ମ ” -:

ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ରେ ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ରୋଟାରୀ କ୍ଳବରେ ପହଞ୍ଚିବା ମାତ୍ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ତାପରେ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ତାପରେ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରେ ରୋଟାରୀ କ୍ଲବ୍ ତରଫରୁ ସ୍ଥାପନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କୁ ଦେଖିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ଥାପନ ହୋଇଥିବା ଗରମ ଜଳ ବିତରଣ ପ୍ରକଳ୍ପକୁ ବୁଲି ଦେଖିଥିଲେ। କ୍ଳବର ସମସ୍ତ ସଦସ୍ଯ ଏବଂ ନୟାଗଡ଼ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ବହୁ ବୁଦ୍ଧିଜିବୀ ମାନଙ୍କୁ ନେଇ କ୍ଳବର ସଭାପତି ରୋଟାରିଆନ ପ୍ରବୀର ପ୍ରୁଷ୍ଟି ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା। ଗଭର୍ଣ୍ଣରଙ୍କ ଧର୍ମପତ୍ନୀ ଫାଷ୍ଟ ଲେଡି ମଞ୍ଜୁସା ସୁବୁଦ୍ଧି ଓ ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର ରବୀନ୍ଦ୍ର କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କ୍ଳବର ସଂପାଦକ ରୋଟାରିଆନ ବାସୁଦେବ ସାହୁ ବାର୍ଷିକ ସଂପାଦକୀୟ ବିବରଣୀ ପାଠ କରିଥିଲେ। କ୍ଳବର ବିଭିନ୍ନ ସାମାଜିକ ସେବା ମୂଳକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ସୁବୁଦ୍ଧି ଭୂୟସୀ ପ୍ରଶଂସା କରିବା ସହିତ ସେବା ହିଁ ପରମ ଧର୍ମ ବୋଲି କହିଥିଲେ। ଅନ୍ୟର ସେବା କରିବା ହିଁ ମାନବ ଜୀବନକୁ ସାର୍ଥକତା ପ୍ରଦାନ କରିଥାଏ ବୋଲି ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହିତ ସେବା ଯୋଗାଉଥିବା କର୍ମୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା। ଟ୍ରାଫିକ ପୋଲିସ୍ କନଷ୍ଟେବଳ ପ୍ରଜ୍ଞାନନ୍ଦ ପଣ୍ଡା, କନଷ୍ଟେବଳ ବିଭୁତି ଭୂଷଣ ପାଲ, ହୋମଗାର୍ଡ ବାଲୁଙ୍କେଶ୍ୱର ପାଲ, ଫାୟାରମ୍ଯାନ୍ ସନ୍ତୋଷ କୁମାର ବାରିକ, ଷ୍ଟାଫ୍ ନର୍ସ ଜୟଶ୍ରୀ ରାଉତ, ପୌରପରିଷଦର ସୁଇପର ସୁରେନ୍ଦ୍ର ଗୋଛାୟତ ଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିବା ବେଳେ ଅହରହ ସମାଜସେବାରେ ନିଜକୁ ସମର୍ପିତ କରିଥିବା ସମାଜସେବୀ ବିଭୁତି ଭୂଷଣ ପଟ୍ଟନାୟକଙ୍କୁ କ୍ଳବର ସଂପାଦକ ବାସୁଦେବ ସାହୁ ୦୫ ହଜାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲା ବେଳେ କ୍ଳବ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା। କ୍ଳବର ସଦସ୍ଯ ସୁବ୍ରତ ପଣ୍ଡା ତାଙ୍କର ସ୍ବର୍ଗତ ପିତା ଡାକ୍ତର ବିଶ୍ବନାଥ ପଣ୍ଡାଙ୍କ ସ୍ମୃତିରେ ଜଣେ ଗରିବ ମେଧାବୀ ଛାତ୍ର ସାଇ କୁମାବତ ଓ ଜଣେ ଭିନ୍ନକ୍ଷମ ଛାତ୍ର ଆଦିତ୍ୟ କୁମାର ଦାସଙ୍କୁ ୦୧ ହଜାର ଲେଖାଏଁ ଅର୍ଥ ରାଶି ସହିତ ସାର୍ଟିଫିକେଟ ପ୍ରଦାନ କରିଥିଲେ । ପରିଶେଷରେ କ୍ଳବର ପୂର୍ବତନ ସଭାପତି ରୋଟାରିଆନ ମଦନମୋହନ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାତ୍ରି ଭୋଜନ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଉକ୍ତ ଉତ୍ସବରେ ଆଗାମୀ ବର୍ଷର ସଭାପତି ରୋଟାରିଆନ ଆରିଫ୍ ଖାଁ, ସଂପାଦକ ଶ୍ରୀଧର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ମିହିର ରଂଜନ ନାୟକ, ବିମଳ ପଟ୍ଟନାୟକ, ଜି ରଶ୍ମି ରଂଜନ, ଲକ୍ଷ୍ମୀ ନାରାୟଣ ରଥ,ସନ୍ତୋଷ କୁମାର ନାୟକ ସମେତ ବହୁ ସଦସ୍ଯ ସହଯୋଗ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ।

Leave a Reply

Your email address will not be published. Required fields are marked *