୩୨ତମ ରାଜ୍ୟ ସ୍ତରୀୟ ଶାରଳା କପ୍
୩୨ତମ ରାଜ୍ୟ ସ୍ତରୀୟ ଶାରଳା କପ୍।
କୁମାରବସ୍ତ ଫାଇନାଲ ରେ ପ୍ରବେଶ ।
ଅସ୍ତରଙ୍ଗ ୩0/୦୧ -ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଡିଆ ନରେନ୍ଦ୍ର ଷ୍ଟାଡିୟମ ରେ ପୂର୍ଣ୍ଣାନନ୍ଦ ସ୍ମାରକୀ କ୍ରିକେଟ ଓ ୩୨ତମ ଶାରଳା କପ୍ ସେମି ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ ଭଳିଆବାଡି ଖୋର୍ଦ୍ଧା ବନାମ କୁମାର ବସ୍ତ ଖୋର୍ଦ୍ଧା ।ପ୍ରଥମେ ଟସ ଜିତି ଭଳିଆବାଡି (ଖୋର୍ଦ୍ଧା ) ବୋଲିଂ ପାଇଁ ନିଷ୍ପତି ନେଇଥିଲେ। ପ୍ରଥମେ କୁମାରବସ୍ତ ଖୋର୍ଦ୍ଧା ବ୍ୟାଟିଙ୍ଗ କରି ନିର୍ଧାରିତ ଓଭର ମଧ୍ୟରେ ୧0 ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ।ଏହାର ଜବାବ ରେ ଭଳିଆବାଡି ଖୋର୍ଦ୍ଧା ୧0 ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରି ସମସ୍ତ ଉଇକେଟ ହରାଇଥିଲେ । ତେବେ କୁମାର ବସ୍ତ ଖୋର୍ଦ୍ଧା ୧୭ ରନ ରେ ବିଜେତା ଘୋଷଣା କରାଯାଇଥିଲା। ଆଇ ଏସ ଗିରି ୨୮ ରନ ଓ ତିନୋଟି ଉଇକେଟ ହାସଲ କରି ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ। ଆଜିର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ମାନଙ୍କ ମଧ୍ୟ୍ୟରେ ଅସ୍ତରଙ୍ଗ ପ୍ରେସ୍ କ୍ଳବ୍ର ର ସଭାପତି ଶରତ ପରିଡା , ସମ୍ପାଦକ ବୃନ୍ଦାବନ ବିଶ୍ୱାଳ, କୋଷାଧକ୍ଷ ପ୍ରିୟବ୍ରତ ମୁଦୁଲି, କଲ୍ୟାଣ ପାଣ୍ଠି ଅଧକ୍ଷ ପ୍ରମୋଦ କୁମାର ଦାସ, ତ୍ରିଲୋଚନ ବେହେରା ଙ୍କ ଦ୍ୱାରା ମ୍ୟାନଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।ଖେଳ ପରିଚାଳନା ରେ ଡ୍ୟାନସିଂ ଅମ୍ପୟାର ମାଷ୍ଟର ସନ୍ତୋଷ ଓ ମାଷ୍ଟର ଡୋକମ ।ପ୍ରକାଶ ଚନ୍ଦ୍ର ବେହେରା,ଚଗଲି ମହାନ୍ତି, ରାକେଶ ମହାନ୍ତି, ମଣ୍ଟୁ ଭୋଳ ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ।କ୍ରୀଡା ସମ୍ପାଦକ ମିଥୁନ ବେହେରା, ମିଡ଼ିଆ ସେଲ ସମ୍ପାଦକ ପ୍ରକାଶ ନାୟକ ଓ ଉପଦେଷ୍ଟା ନଟକିଶୋର ମହାନ୍ତି, ହୃଷିକେଶ ଛାଟୋଇ, ଦିବାକର ଛାଟୋଇ ଓ ଚୈତନ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଶାରଳା କ୍ଳବ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶୁକ୍ରବାର ଦିନ ଯଦୁପୁର ଭୁବନେଶ୍ୱର ବନାମ ଢେଙ୍କାନାଳ କ୍ରିକେଟ ଆସୋସିଏସନ ମଧ୍ୟରେ ମ୍ୟାଚ ହେବ ବୋଲି ଶାରଳା ସ୍ପୋଟିଂ କ୍ଲବ ସଭାପତି ଯୁଗଳ କିଶୋର ମହାନ୍ତି ସୂଚନା ଦେଇଛନ୍ତି।
