ସାଇକୃପା ଆବାସିକ କଲେଜରେ ୩୩ କରୋନା ପଜେଟିଭ୍ ଚିହ୍ନଟ

କାମାକ୍ଷାନଗର,ଢେଙ୍କାନାଳ: ପୁଣି ଲେଉଟିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତାହା ପୁଣି ଗୋଟିଏ କଲେଜରେ।ଢେଙ୍କାନାଳ ସହର ପୋୖରାଞ୍ଚଳର ୱାର୍ଡ ନମ୍ବର ଦୁଇ କୁଞ୍ଜକାନ୍ତ ଅଞ୍ଚଳର ସାଇକୃପା ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।ସମ୍ପୃକ୍ତ ଅଞ୍ଚଳରେ କୋରୋନା ପଜିଟିଭ ବାହାରିବା ପରେ ପରେ ସେହି ଅଞ୍ଚଳକୁ ଦଶ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଘୋଷଣା ଜାରି କରିଛନ୍ତି।ଆଉ ଏପଟେ,ପ୍ରଶାସନ ପକ୍ଷରୁ ସହରରେ ସାମାଜିକ ଦୂରତା, ଆକଟିଭ ସରଭେଲାନ୍ସ, ଟେଷ୍ଟିଂ ଉପରେ ଅଧିକ କଡାକଡି କରାଯାଇଛି।ଅନ୍ୟପଟେ, ଚିନ୍ତାର କାରଣ ସାଜିବ କି ନୂତନ ଷ୍ଟ୍ରନ କୋରୋନା ଲହର।ସହରର କୁଞୀକାନ୍ତ ସାଇକୃପା ଆବାସିକ ବିଜ୍ଞାନ ମହାବିଦ୍ୟାଳୟରୁ ଏକାଧିକ ସଂଖ୍ୟକ ଛାତ୍ରଛାତ୍ରୀ କୋରୋନା ପଜିଟିଭ ହେବା ପରେ ବିଦ୍ୟାଳୟ ପରିସର ଏବଂ ହଷ୍ଟେଲକୁ ସିଲ କରି ଦେଇଛି ପୌର ପ୍ରଶାସନ।ବର୍ତ୍ତମାନ ୩୩ ଜଣ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବା ଉପରେ ସହରବାସୀଙ୍କ ମନରେ ସମ୍ଭାବନା ଦୃଢ଼ୀଭୂତ ହୋଇଛି।ସହରର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ପାଖାପାଖି ୨୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୩ ଜଣ ଛାତ୍ରଛାତ୍ରୀ କୋବିଡ଼ ଗ୍ରସ୍ତ ହେବା ଫଳରେ ଅଭିଭାବକ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତାର ବିଷୟ ପାଲଟିଥିବା ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ,ଅନୁଷ୍ଠାନର ମାଲିକ,ଚେୟାରମ୍ୟାନ କୋବିଡ଼ ନିୟମକୁ ବେଖାତିର କରୁଥିବା ସହ କୌଣସି ସହଯୋଗ କରୁନଥିବା ନେଇ ପୌରପାଳିକା ଅଧିକାରୀ ନିଜ ପ୍ରତିକ୍ରିୟାରେ ରଖିଛନ୍ତି।ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *