କେସିଙ୍ଗା ଆଦର୍ଶ ଥାନା ପୋଲିସ କୁ ବଡ଼ ସଫଳତା ଅମାଠ ଛକରେ ୩୩ ପକେଟ ଚୋରା ଗଞ୍ଜେଇ ସହ ପିକଅପ ଭ୍ୟାନକୁ ଜବତ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରୁ ଛତିଶଗଡ ରାଜ୍ୟକୁ ଏକ ପିକଅପ ଭ୍ୟାନ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କେସିଙ୍ଗା ପୋଲିସ ଦ୍ୱାରା ଅମାଠ ଛକ ରେ ୩୩ ପେକେଟ ଚୋରା ଗଞ୍ଜେଇ ଜବତ । କେସିଙ୍ଗା ପୋଲିସ ଭେନ କୁ ଜବତ କରିଥିବାବେଳେ ଡ୍ରାଇଭର କୁ ଅଟକ ରଖି ଅଧିକ ତଦନ୍ତ କରୁଛି।କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅମlଠ ଛକରେ ଯାଞ୍ଚ କରିଥିଲା ।ଭେନ ର ଏକ ସ୍ଵତନ୍ତ୍ର ଚାମ୍ୱର ରେ ଏହି ୩୩ ପେକେଟ ଚୋରା ଗଞ୍ଜେଇ ଚାଲାଣ ହେଉଥିଲା ।ସନ୍ଦେହ ହେବାରୁ କଟର ସାହାଯ୍ୟ ରେ ଚାମ୍ବର କୁ କାଟିବାରୁ ଚୋରା ଗଞ୍ଜେଇ ମିଳିଥିଲା। ଯାହାର ପରିମାଣ ପ୍ରାୟ ୬୦ କେଜି ହୋଇପାରେ। ଘଟଣା ସ୍ଥଳରେ କେସିଙ୍ଗା ଥାନା ଆଇ ଆଇ ସି ସତ୍ୟକୁମାର ନନ୍ଦ ଙ୍କ ତତ୍ୟଧନରେ କେସିଙ୍ଗା ପୋଲିସ ପକ୍ଷରୁ ଗଞ୍ଜେଇ କଢ଼ା ଯାଉଛି ।

Leave a Reply

Your email address will not be published. Required fields are marked *