ଓଡିଆପକ୍ଷ ପାଳନ ଅବସରରେ ୩୩ୟୁନିଟ ରକ୍ତ ସଂଗ୍ରହ
ଜଟଣୀ ତା ୧୦-୦୪-୨୫ ଓଡିଆ ପକ୍ଷ ପାଳନ ଅବସରରେ ଜଟଣୀ ମହାବିଦ୍ୟାଳୟ ଓ ସୁରକ୍ଷା ମଞ୍ଚ ସହଯୋଗରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ଆୟୋଜନରେ ମହାବିଦ୍ୟାଳୟର ଯୁବ ରେଡକ୍ରସ୍, ରେଡ୍ ରିବନ ଓ ଜାତୀୟ ସେବା ଯୋଜନା ସଂସ୍ଥା ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର କର ରକ୍ତ ଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଆଶ୍ଚର୍ଯ୍ୟ କୁମାର କର, ଡ ଅନୁପ କୁମାର ମହାନ୍ତି, ଡ ପ୍ରଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ମହା ବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଡ ସୁଶାନ୍ତ କୁମାର ବାରିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପିକା ପରମିତା ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ରକ୍ତ ଦାନ ଶିବିର ରେ ୨୫ ଜଣ ଛାତ୍ର ଓ ୮ଜଣ ଛାତ୍ରୀ ରକ୍ତ ଦାନ କରିଥିଲେ । ସମସ୍ତ ରକ୍ତ ଦତାଙ୍କୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜଟଣୀ ସୁରକ୍ଷା ମଞ୍ଚର ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ସଦସ୍ୟ ଚିତ୍ତରଞ୍ଜନ ସ୍ୱାଇଁ, ସୁରେଶ କୁମାର ବେହେରା, କୈଳାସ ପଟ୍ଟନାୟକ, ହୃଷୀକେଶ ସେଠୀ, ରାଜକିଶୋର ବାରିକ, ସୁଧାଂଶୁ ସାମନ୍ତରାୟ ଓ ସାମ୍ବାଦିକ ନୀଳାମ୍ବର ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରକ୍ତ ଭଣ୍ଡାର ର ଡାକ୍ତର ସୌରଭ ରାୟ, ଅରୁଣ କୁମାର ସାହୁ, ଝୁନୁଲତା ସାହୁ ରକ୍ତ ସଂଗ୍ରହରେ ସହାୟତା କରିଥିଲେ । ମହାବିଦ୍ୟାଳୟର ସୁଶ୍ରୀ ପ୍ରଭାସିନୀ ଦଳେଇ, ସ୍ନେହା ସୋଭାଙ୍ଗୀ, ଡ କାର୍ତ୍ତିକ ଚନ୍ଦ୍ର ଦାସ, ପ୍ରଶାସନିକ ଅଧିକାରୀ ଅଜିତ କୁମାର ସୁନ୍ଦରାୟ, ଭାଗ୍ୟ ଶ୍ରୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଡ ସୁଶାନ୍ତ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
