୩୩ତମ ଜଗତସିଂହପୁର ଜିଲ୍ଲା ପ୍ରତିଷ୍ଠା ଦିବସ

*୩୩ତମ ଜଗତସିଂହପୁର ଜିଲ୍ଲା ପ୍ରତିଷ୍ଠା ଦିବସ ଓ କଲ୍ଲୋଳ ମହାଆଡମ୍ବର ରେ ପାଳିତ

ଆଙ୍କର- ଜଗତ୍‌ସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲାର ୩୩ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ ଏବଂ ଜିଲ୍ଲା ମହୋତ୍ସବ – ‘କଲ୍ଲୋଳ ୨୦୨୬’ର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜିଲ୍ଲା ଯୋଜନା କମିଟିର ମାନ୍ୟବର ଅଧ୍ୟକ୍ଷ ତଥା ଜଗତ୍‌ସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା, ମହେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଜିଲ୍ଲା ର ପ୍ରତିଷ୍ଠା ଦିବସ ତଥା ଜନ୍ମ ଦିନ ଅବସରରେ କେକ କାଟି ଧୁମଧାମରେ ପାଳନ କରିବା ସହିତ ଆଦିପତ୍ର ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲାର ଗୌରବମୟ ଇତିହାସ ଓ ସମୃଦ୍ଧ ସାହିତ୍ୟ ଉପରେ ଆଲୋକପାତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରମ ମାଝୀଙ୍କ ନେତୃତ୍ୱରେ ଡବଲ୍ ଇଞ୍ଜିନ୍ ସରକାର ଜିଲ୍ଲାରେ ଜାରି ରଖିଥିବା ବିକାଶମୂଳକ କାର୍ଯ୍ୟଗୁଡିକ ବିଷୟରେ ଜନସାଧାରଣଙ୍କୁ ଅତିଥିମାନେ ଅବଗତ କରାଇଥିଲେ । ଏହା ସହିତ ଜଗତ୍‌ସିଂହପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ସମୃଦ୍ଧ ଓ ବିକଶିତ ଓଡିଶା ଗଠନରେ ଜିଲ୍ଲାର ଯୋଗଦାନକୁ ସୁନିଶ୍ଚିତ କରିବା ଦିଗରେ ଆଗେଇ ଆସିବାକୁ ଯୁବବର୍ଗଙ୍କୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଶେଷରେ କଣ୍ଠ ଶିଳ୍ପୀ ଇରା ମହାନ୍ତି ଓ କମେଡିଆନ ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା । ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *