ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମରେ ଅନୁଷ୍ଠିତ ମେଗା ରକ୍ତ ଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗୃହିତ।

ବ୍ରହ୍ମପୁର — ସହର ତଳି ଅଞ୍ଚଳ ଜଗଦଳପୁର ରେ ସ୍ଥାନୀୟ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀଙ୍କ ବାସଭବନରେ ଏକ ମେଗା ରକ୍ତ ଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ସମୁଦାୟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଗ୍ରାମର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀଙ୍କ ଦ୍ଵାରା ଉଦଘାଟିତ ଏହି ଶିବିରର ଉଲ୍ଲେଖନୀୟ ବିଷୟ ହେଲା ଏହା ଶିବିରରେ ଅନେକ ମହିଳା ଓ ଯୁବତୀ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହ ଦେଖେଇ ସ୍ବେଛାକୃତ ରକ୍ତ ଦାନ କରିଥିଲେ। ଯେଉଁଥିରେ ଅନେକ ବିରଳ ଗ୍ରୁପର ରକ୍ତ ନମୁନା ସଂଗ୍ରହ ହୋଇ ପାରିଥିଲା । ଏହି ରକ୍ତ ଦାନ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳର ସମାଜସେବୀ ସଂଗ୍ରାମ କେଶରୀ ପାତ୍ର ଓ ସୋନୁ ପାତ୍ରଙ୍କ ପୁତ୍ର ରୁଦ୍ରାଂଶର ଜନ୍ମଦିନ ଉପଲକ୍ଷେ ସମର୍ପିତ କରାଯାଇଥିଲା।

ତେଣୁ ଏହି ଅବସରରେ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ, ଗ୍ରାମବାସୀ, ସହଯୋଗୀ ତଥା ଏମ୍ କେ ସି ଜି ମେଡିକାଲ ର ଓଡ଼ିଶା ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀଙ୍କ ଅକୁଣ୍ଠ ସମର୍ଥନ, ସହାୟତା ଓ ସାହାର୍ଯ୍ୟ ନିମନ୍ତେ ସଂଗଠନ ସମସ୍ତଙ୍କୁ ଧନ୍ୟବାଦ ଜଣେଇବା ସହ କୃତଜ୍ଞତା ଜଣାଉଛି। ଯେଉଁଭଳି ଭାବେ ସଫଳତାର ସହ ଏହା ସମ୍ପନ୍ନ ହୋଇପାରିଲା ଏବଂ ଯେଉଁଭଳି ଭାବେ କିଛି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କ୍ରାନ୍ତି କୁମାରୀ ଦେବୀ ଓ ଗ୍ରାମବାସୀ ଅତ୍ୟନ୍ତ ସହୃଦୟତାର ସହ ଏହାକୁ ସଫଳ କରିବା ନିମନ୍ତେ ସାହାଯ୍ୟର ହାତ ବଢାଇଲେ ତାହା ସ୍ଥାନୀୟ ଜନସାଧାରଣ ଓ କମିଟିକୁ ଅତ୍ୟନ୍ତ ଉତ୍ସାହ କରିବା ସହ ସନ୍ତୋଷ ପ୍ରଦାନ କରିଛି। ଏହି ଅବସରରେ ଅନେକ ମାନ୍ୟଗଣ ବ୍ୟକ୍ତି ତଥା ରକ୍ତ ଦାନରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ଥାନୀୟ ସରପଞ୍ଚ ଓ କମିଟି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି କାର୍ଯ୍ୟକର୍ତ୍ତ ଦେବୀ ପ୍ରସାଦ ଦାସ, ଅଜିତ୍ ପଟ୍ଟନାୟକ, ଦିଗାମ୍ବର ସାମନ୍ତରାୟ, କାହୁଁ ଚରଣ ପତି ଓ ଗ୍ରାମର ଯୁବ ସଦସ୍ୟ ନାରାୟଣ, କାହ୍ନୁ, ମନୋଜ, ଅର୍ଜୁନ ଏବଂ ତ୍ରିପତି ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *