କୁତାମଚଣ୍ଡୀ ବିଦ୍ୟାମନ୍ଦିରର ୩୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ।

ରଘୁନାଥପୁର ତା ୨୭/୧:-ରଘୁନାଥପୁର ବ୍ଲକ ଧରାଧରପୁର କୁତାମଚଣ୍ଡୀ ଵିଦ୍ୟା ମନ୍ଦିର ର ୩୫ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମଙ୍ଗଳବାର ବିଦ୍ୟାଳୟ ପରିଷରରେ ପ୍ରଧାନ ଶିକ୍ଷକ ବିଜୟ କିଶୋର ମହାନ୍ତି ଙ୍କ ପୈରାହ୍ୟତରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ଯୋଗଦେଇ ପୁରସ୍କାର ବିତରଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗୀତା ମନଭାବ ସୣଷ୍ଟିକରିଥାଏ ବୋଲି ମତରଖିବାସହ ବିଦ୍ୟାଳୟ କୁ ୧୦ ଲକ୍ଷଟଙ୍କା ପାଚେରୀ ନିର୍ମାଣ ପାଇଁ ପଞ୍ଚାୟତ ସମିତିରୁ ପ୍ରଦାନ କରିଛନ୍ତି ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ରଘୁନାଥପୁର ସହକାରୀ ମଣ୍ଡଳ ଶିକ୍ଷାଅଧିକାରୀ ଆଶୁତୋଷ ବାନାର୍ଜୀ ଯୋଗଦେଇ ଶିକ୍ଷା ସହିତ ମାନବିକତା ଓ ଭଲମଣିଷ ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ରେ କହିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ନଳିନୀପ୍ରଭା ମୁଦୁଲି,ବିଦ୍ୟାଳୟ ର ପ୍ରତିଷ୍ଠା ସମ୍ପାଦକ ଶିକ୍ଷାବିତ ରମାରଂଜନ ସ୍ବାଇଁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ,ଜିଲ୍ଲା ଓଷ୍ଟାସଂଙ୍ଘର

ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜୀ ଚରଣସାହୁ,ପୁରତନ ଛାତ୍ରସଂସଦ ର ସଭାପତି ରାକେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ଉଦେସ୍ୟ ରେ ବହୁ ଉପାଦେୟ ମାନ ବକ୍ତବ୍ୟ ମାଧ୍ୟମରେ ରଖିଥିଲେ।ଅତିଥି ପରିଚୟ ଦେଇଥିଲେ ସହକାରୀ ଶିକ୍ଷକ ଅଶୋକ କୁମାର ରାଉତ।ବାର୍ଷିକ ବିବରଣୀ ପଠନ କରିଥିଲେ ଭକ୍ତବତ୍ସଳ ସ୍ବାଇଁ,ଧନ୍ୟବାଦ ଦେଇଥିଲେ ରବିପ୍ରସାଦ ସ୍ବାଇଁ।ଅବସର ପ୍ରାପ୍ତ ଶିକ୍ଷକ ଫକିର ଚରଣ ଜେନା,ପବନୀ ଚରଣ ବିଶ୍ବାଳ,ସଂନ୍ଧ୍ୟାରାଣୀ ମହାନ୍ତି,ଗୈରାଙ୍ଗ ଚରଣ ପ୍ରଧାନ,ଗୈରାଙ୍ଗ ସ୍ବାଇଁ,କ୍ଷୀରୋଦ କୁମାର ମହାନ୍ତି,ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।ଏଥିରେ ମଞ୍ଚାସିନ ଅତିଥି ମାନଙ୍କୁ ସମ୍ପର୍ଦ୍ଧିତ କରାଯିବା ସହ,ବିଭିନ୍ନ ବର୍ଗରେ କୣତକାର୍ଯ୍ୟ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଥିଲା।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

Leave a Reply

Your email address will not be published. Required fields are marked *