ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲର ୩୬ତମ ବାର୍ଷିକ କ୍ରୀଡାମହୋତ୍ସବ ଅନୁଷ୍ଠିତ

ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲର ୩୬ତମ ବାର୍ଷିକ କ୍ରୀଡାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କ୍ରୀଡା ମହୋତ୍ସବରେ ଜିଲ୍ଲା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠି ମହୋଦୟ କ୍ରୀଡ଼ାଜ୍ୟୋତି ପ୍ରଜ୍ବଳନ କରି ଏହି କ୍ରୀଡା କାର୍ଯ୍ୟକ୍ରମଟିକୁ ଆଗେଇନବାରେ ସହଯୋଗ କରିଥିଲେ | ଏହି କ୍ରୀଡ଼ାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମଦ ସ୍ୱାମୀ ସଦାନନ୍ଦ ମହାରାଜମଧ୍ୟ ଉପସ୍ଥିତ ରହି ଶିଶୁମାନଙ୍କୁ କ୍ରୀଡା ସମ୍ବନ୍ଧରେ ଉପଦେଶ ଦେଇଥିଲେ |

ଏହି ମହୋତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର ମହୋଦୟା, ସହ ପ୍ରଧାଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାରବିଶୋଇ ମହୋଦୟ, ପ୍ରାତଃପର୍ଯ୍ୟାୟର ତତ୍ତ୍ଵାବଧାରିକା ଶ୍ରୀମତୀ ଅର୍ପିତା ମିଶ୍ର ମହୋଦୟା ଓ ବିଦ୍ୟାଳୟର କ୍ରୀଡା ଶିକ୍ଷକ ରଘୁନାଥ ସ୍ୱାଇଁ ଓ କ୍ରୀଡା ଶିକ୍ଷିକା ସୁଧା ସିନ୍ଧୁ ସାହୁ ଓ ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା ମାନଙ୍କ ତତ୍ତ୍ଵାବଧାନରେ କ୍ରୀଡା ଉତ୍ସବଟି ଅତି ଶୃଙ୍ଖଳାର ସହିତ ଆରମ୍ଭ ହୋଇଯାଇଛି | ଏଥି ସହିତ ପ୍ରାତଃପର୍ଯ୍ୟାୟର କୁନିକୁନି ଶିଶୁମାନଙ୍କ ଦ୍ୱାରା ବୌଦ୍ଧିକ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଯାଇଛି

Leave a Reply

Your email address will not be published. Required fields are marked *