ଏବ୍ରେଷ୍ଟ ଇଞ୍ଜିନିୟରିଂ ପକ୍ଷରୁ ୩୬ତମ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମେମର୍ସ ଏବ୍ରେଷ୍ଟ ଇଞ୍ଜିନିୟରିଂ କମ୍ପାନୀ, ଟାଟା ଷ୍ଟିଲ, କଳିଙ୍ଗନଗର ପକ୍ଷରୁ ୩୬ତମ ସଡକ ସୁରକ୍ଷା ମାସ ସ୍ଥାନୀୟ ନୂଆଗଡ଼ ଗୋଲେଇ ଛକ ଠାରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଯାଜପୁର ରୋଡ଼ ଆଦର୍ଶ ଥାନା ଅଧକାରୀ ଉପେନ୍ଦ୍ର ପ୍ରଧାନ, ଟାଟା ଷ୍ଟିଲର ସିନିୟର୍ ମ୍ୟାନେଜର ହଟ୍ ଷ୍ଟ୍ରିପ ମିଲ୍, ଏସ୍‌.ଏସ୍‌.ଏସ୍‌. ଗଣେଷ ଏବଂ ମେମର୍ସ ଏବ୍ରେଷ୍ଟ ଇଞ୍ଜିନିୟରିଂ କମ୍ପାନୀର ମାଲିକ ଅମରଜିତ ସିଂ, ଏବଂ ଏବ୍ରେଷ୍ଟ ଇଞ୍ଜିନିୟରିଂ କମ୍ପାନୀର ସମସ୍ତ କର୍ମଚାରୀ ସାମିଲ୍ ‌ହୋଇ ସଡକ ସୁରକ୍ଷା-ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ତେବେ କମ୍ପାନୀ ପକ୍ଷରୁ ଶ୍ରୀ ଓମ୍ ପ୍ରକାଶ ପତି ଙ୍କ ତତ୍ୱାଅବଧାନ ରେ ସଡକ ସୁରକ୍ଷା ସଂର୍ପକିତ ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି l ଗାଡି ଚାଳକମାନଙ୍କୁ ହେଲ୍ ମେଟ୍ ପିନ୍ଧି ଗାଡି ଚାଳନା, ମୋବାଇଲ୍ ରେ କଥା ହୋଇ ଗାଡି ନଚଳାଇବାକୁ ପରାମର୍ଶ ଦିଆଯାଇଛି l ତେବେ ସଡକ ସୁରକ୍ଷା ସଚେତନତାର ଏହି ପ୍ରୟାସ ସବୁ ସମୟରେ ଜାରି ରହିବ ବୋଲି ଏବ୍ରେଷ୍ଟ ଇଞ୍ଜିନିୟରିଂ କମ୍ପାନୀର କାର୍ଯ୍ୟରତ ଶ୍ରୀ ଓମ୍ ପ୍ରକାଶ ପତି ସୂଚନା ଦେଇଛନ୍ତି ll

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *