୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯlପିତ ଆନନ୍ଦପୁର

ଆନନ୍ଦପୁର ର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ କନକ ମଞ୍ଜରୀ ବାଲ ଶିକ୍ଷା ସଂସ୍ଥାନର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଛି। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ମନମୋହନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ଦାସ ମୁଖ୍ୟ ଅତିଥି, ବିଦ୍ୟାଳୟ ର ନିର୍ଦେଶକ ଶ୍ରୀଧର ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କ୍ରୀଡା କୁ ଉଦଯାପିତ କରିଥିଲେ। ପ୍ରାରମ୍ଭ ରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ସତ୍ୟଜିତ ସା‌ହୁ ଏବଂ ଶ୍ରୀଲୋଚନ ପୁହାଣ ଙ୍କ ତତ୍ତ୍ୱାବଧାନରେ ଝାଡେଶ୍ୱର ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର ରୁ କ୍ରୀଡା ମଶାଲ ଶୋଭାଯାତ୍ରା ରେ ଅଣା ଯାଇଥିଲା। ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହଂସଚାଲି, ବେଙ୍ଗ ଡିଆଁ, ଆଳୁ ଚାମଚ ଦୈଡ, ଦଉଡ଼ି ଡିଆଁ ପରି ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଖେଳ ତିନିଦିନ ଧରି ଚାଲିଥିବା ବେଳେ ଶେଷ ଦିନରେ ପିତା ମାନଙ୍କ ର ୨୦୦ ମିଟର ଦୈଡ, ମାତା ମାନଙ୍କର ଆସନ ଚୋରୀ ଏବଂ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରୂପ ପରିବର୍ତ୍ତନ ବେଶ ଆକର୍ଷଣ ଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଉପ ପ୍ରଧାନ ଆଚାର୍ଯ୍ୟ ସଂଗ୍ରାମ କେଶରୀ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସତ୍ୟଜିତ ସା‌ହୁ ଧନ୍ୟବାଦ ଅର୍ପଣ କରିଥିଲେ ‌। ଆଚାର୍ଯ୍ୟ ଶ୍ରୀଲୋଚନ ପୁହାଣ ,ରବିନ୍ଦ୍ର କୁମାର ସାହୁ, ନଟବର ସାହୁ, କାଳନ୍ଦୀ ମହାରଣା, ଚିତ୍ରସେନ ସାହୁ ଆଚାର୍ଯ୍ୟା ମାନଙ୍କ ମଧ୍ୟରେ ରୋନାଲୀ ଜେନା, ଜ୍ୟୋସ୍ନାମୟୀ ନାଏକ, ରଶ୍ମିତା ସିଂ, ସ୍ନିଗ୍ଧା ସରିତା ମହାରଣା,ସନ୍ଧ୍ୟାରାଣୀ ପଟ୍ଟନାୟକ, ଶ୍ରୀୟାଶ୍ରୀ ମହାରଣା , ପଦ୍ମିନୀ ରାଉତ, ସେବକ ମନୋଜ ସାହୁ, ଶଙ୍କର୍ଷଣ ରାଉତ ଏବଂ ସେବିକା ଶାନ୍ତି ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *