38 ତମ ରାଜ୍ୟ ସ୍ତରୀୟ ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ

– ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ 38 ତମ ରାଜ୍ୟବସ୍ତରୀୟ ଗୀତIଜ୍ଞାନ ମହାଯଜ୍ଞ ମହୋତ୍ସବ ଉଦଯାପିତ ହୋଇଯାଇଛି । ଗୀତIଜ୍ଞାନ ଯଜ୍ଞ କମିଟିର ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଆୟୋଜିତ ଏହି ସମାରୋହରେ ମୁଖ୍ୟବ ଅତିଥି ଭାବରେ କିଟ ମନ୍ଦୀର ଟ୍ରଷ୍ଟ ଓ ୧୦୮ ହନୁମାନ ମନ୍ଦୀର ପ୍ରତିଷ୍ଠାତା ପରମ ପୂଜ୍ୟ ବାବା ରାମ ନାରାୟଣ ଦାସ ମହାରାଜ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନିଗମ କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ , ସମ୍ନାନିତ ଅତିଥିଭାବେ ଚିନ୍ମୟ ମିଶନର ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ସହିତ ବହୁ ଗୀତା ପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୀତା ସମଗ୍ର ମାନବଜାତି ପାଇଁ ପଥପ୍ରଦର୍ଶକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତI ଜ୍ଞାନଯଜ୍ଞ କମିଟିର ଉପସଭାପତି ଇଂ ବାବାଜୀ ଚରଣ ଜେନା , ଆବାହକ କବିସୂର୍ଯ୍ୟ ସ୍ୱାଇଁ , ପ୍ରଫେସର ଶରତ କୁମାର ରାଉତରାୟ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ ଗୀତ ପୁସ୍ତକ ପ୍ରଦାନ ଓ ପରେ ଜ଼ିଲ୍ଲାର ଓ ଏ ଏସ ପାଇଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୁନି କୁନି ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ,ଶେଷରେ ପାଞ୍ଚଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା ।

ଜଗତସିଂହପୁରରୁ ରିତା ସାହୁ

Leave a Reply

Your email address will not be published. Required fields are marked *